ଫେରିଲା କାଳିଆ ଟଙ୍କା

0

ଭୁବନେଶ୍ୱର : YES BANK ରେ ମହାପ୍ରଭୁ ଜଗନ୍ନାଥଙ୍କର ଜମା ରହିଥିଲ ୫୪୫ କୋଟି ଟଙ୍କା I ଏହି ଟଙ୍କା ଫେରିବ କି ନାହିଁ ଜନସଧାରଣଙ୍କ ମଧ୍ୟରେ ବହୁ କଳ୍ପନାଜଳ୍ପନା ଓ ଆଶା ଆଶଙ୍କା ଲାଗିରହିଥିଲା I ତାର ପରିସମାପ୍ତି ଘଟିଛି I ଆଜି ଶ୍ରୀମନ୍ଦିର SBI ଆକାଉଣ୍ଟକୁ ଫେରିଛି ୩୮୯ କୋଟି ଟଙ୍କା I ଇ- ଟ୍ରାନ୍ସଫର ମାଧ୍ୟମରେ ଆକାଉଣ୍ଟକୁ ଫେରିଛି ଟଙ୍କା I ବାକି ୧୫୬ କୋଟି ଟଙ୍କା ମାର୍ଚ୍ଚ ୩୦ରେ ଫେରିବ I YES BANK ର ବରିଷ୍ଠ ଉପସଭାପତି ଜୟଦେବ ଦାସ ଚିଠି ଲେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ଜଣାଇଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More