ଓଡିଶା ଅପଡେଟ୍ ପରିବାର ପକ୍ଷରୁ ସାଧାରଣତନ୍ତ୍ର ଦିବସର ଶୁଭେଛା

0

୬୯ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହାର ପାଠକ ପାଠିକାଙ୍କୁ ତଥା ଦେଶବାସୀଙ୍କୁ ଶୁଭେଛା ଜଣାଉଛି ଓଡିଶା ଅପଡେଟ୍ । ପ୍ରତିଥର ପରି ଚଳିତ ବର୍ଷ ଓଡିଶା ଅପଡେଟ୍ ପରିବାର ପକ୍ଷରୁ ସାଧାରଣତନ୍ତ୍ର ଦିବସକୁ ପାଳନ କରାଯାଇଛି, କିନ୍ତୁ କିଛି ନିଆରା ଢଙ୍ଗରେ । ଏହି ଅବସରରେ ଓଡିଶା ଅପଡେଟ୍ ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଶତପଥୀ, ଲୋକଶକ୍ତିର ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର ପାତ୍ର ତଥା ଅନ୍ୟ ସଦସ୍ୟ ପ୍ରମୁଖ ସାମିଲ ହୋଇଥିଲୋ ସକାଳୁ ସକାଳୁ ଆରମ୍ଭ ହୋଇଥିଲା ଫଳ ବଣ୍ଟନ କାର୍ଯ୍ୟକ୍ରମ । ରାଜଧାନୀର ବିଭିନ୍ନ ସ୍ଥାନରେ ଫଳ ବଣ୍ଟନ ସହ ସାଧାରଣତନ୍ତ୍ର ଦିବସର ଶୁଭେଛା ଜଣାଇଥିଲା ଓଡିଶା ଅପଡେଟ୍ । ପ୍ରଥମେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଅନ୍ତେବାସୀଙ୍କ ଗହଣରେ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲା ଓଡିଶା ଅପଡେଟ୍ । ଏହି ଅବସରରେ ଅନ୍ତେବାସୀଙ୍କୁ ଫଳ ବଣ୍ଟନ ସହ ସମସ୍ତଙ୍କୁ ଜାତୀୟ ପତାକା ପ୍ରଦାନ କରିଥିଲା ଅପଡେଟ୍ ପରିବାର । ଏହା ପରେ ସ୍ୱାଧୀନତା ସଂଗ୍ରାମୀଙ୍କ ଗହଣରେ ପହଁଚି ସାଧାରଣତନ୍ତ୍ର ଦିବସ ପାଳନ କରିଥିଲା ଅପଡେଟ୍ ପରିବାର । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସେମାନଙ୍କ ବଳିଦାନୀ ତଥା ତ୍ୟାଗ ପାଇଁ ନମନ କରିଥିଲେ ସଭିଏଁ । ଏହି ଅବସରରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଫଳ ବଣ୍ଟନ କରାଯାଇଥିଲ।। ଦେଶର ସମ୍ବିଧାନ ତଥା ଗଣତନ୍ତ୍ର ର ମୂଲ୍ୟବୋଧ ନେଇ ସମ୍ୟକ ଆଲୋଚନା କରିଥିଲେ ଶ୍ରୀଯୁକ୍ତ ଶତପଥୀ । ସେହିପରି ରାମମନ୍ଦିର ନିକଟରେ ଦୁଃସ୍ଥ ଜନସାଧାରଣଙ୍କୁ ଫଳ ବଣ୍ଟନ କରିବା ସହିତ ସାଧାରଣତନ୍ତ୍ର ଦିବସର ଶୁଭେଛା ଜଣାଇଥିଲେ ଅପଡେଟ୍ ପରିବାରର ସମସ୍ତ ସଦସ୍ୟ । ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନକୁ କେବଳ ଆମ ନିଜ ଭିତରେ ସୀମିତ ନରଖି ସମସ୍ତଙ୍କ ନିକଟରେ ପହଁଚି ପାଳନ କରିବା ଉଦ୍ୟମକୁ ଏହା ଜରିଆରେ ଚଳିତ ବର୍ଷ ପୁଣି ଥରେ ପ୍ରମାଣ କରିଛି ଓଡିଶା ଅପଡେଟ୍ । ଫଳ ବଣ୍ଟନ ସହ ସାଧାରଣତନ୍ତ୍ର ଦିବସ ପାଳନ, ଜାତୀୟ ପତାକା ପ୍ରଦାନର କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଚଳିତ ବର୍ଷ ନୀଳାଚଳ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍, ଓଡିଶା ଅପଡେଟ୍, ଲୋକଶକ୍ତି ପରିବାର ସଦସ୍ୟ ତଥା ସାମାଜିକ ସଂଗଠନ ହ୍ୟୁମାନିଟିର କାର୍ଯ୍ୟକର୍ତ୍ତା ଏହି ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More