ବଡ଼ ଦାଣ୍ଡରେ ବଡ଼ ଠାକୁର

0

ପୁରୀ : ଆଜି ପବିତ୍ର ରଥଯାତ୍ରା । ତିନି ଠାକୁର ରଥରେ ବସି ମାଉସୀଙ୍କ ଘରେ ପହଞ୍ଚିସାରିଛନ୍ତି । ହେଲେ ଆଜି ବାଡ଼ ଦାଣ୍ଡ ଖାଁ ଖାଁ ଲାଗୁଛି । କେବଳ ସେବାୟତ ଓ ସୁରକ୍ଷା କର୍ମୀଙ୍କୁ ଛାଡି ଦେଲେ ଆଉ କେହି ନାହାନ୍ତି ବଡ଼ ଦାଣ୍ଡରେ । ତଥାପି ମୁରୁକି ମୁରୁକି ହସି ରଥରେ ବସି ବଡ ଠାକୁର ବଡ଼ ଦାଣ୍ଡରେ ଆଗକୁ ଆଗକୁ ମାଡି ଚାଲିଛି । ଆଉ କୋଟି କୋଟି ଭକ୍ତଂକୁ ଟିଭି ମାଧ୍ୟମରେ ଦର୍ଶନ ଦେଇଛନ୍ତି ।
ବହୁ ବାଦ ବିବାଦ ପରେ ଆଜି କେବଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏହାରି ମଧ୍ୟରେ ରଥ ଟଣା ଆରମ୍ଭ ହୋଇ ଶେଷ ହୋଇଛି । ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ ଟାଣି ନେଇଥିଲେ ସେବାୟତ ଓ ପୁଲିସ କର୍ମଚାରୀ । ନୀତି ମୁତାବକ ପ୍ରଥମେ ରଥାରୂଢପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ୩ ଠାକୁରଙ୍କ ଦର୍ଶନ କରିଥିଲେ । ତାପରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ତିନି ରଥରେ ଛେରା ପହଁରା କରିଥିଲେ । ଘୋଷଯାତ୍ର ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରଥ ଉପରେ ତାଙ୍କର ଛେରାପହଁରା କରିବାରେ କିଛି ସମସ୍ୟା ନାହିଁ ବୋଲି ଗତକାଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ ।
ଏବେ କୋଭିଡ ୧୯ ନିୟମକୁ ପାଳନ କରି ସେବକ ଓ ସୁରକ୍ଷା କର୍ମୀମାନେ ତିନି ରଥକୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ଟାଣି ନେଇଥିଲେ । ସାରା ସହରରେ କର୍ଫ୍ୟୁ ଲାଗିଥିବା ହେତୁ ସମ୍ପୁର୍ଣ୍ଣ ସହର ଜନ ଶୁନ୍ୟ ହୋଇଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More