ଆଜି ଭକ୍ତ ଓ ପ୍ରଭୁଙ୍କ ମହାମିଳନ |

ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା

0

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏହି ଅବସରରେ ଚଳଚଞ୍ଚଳ ରହିଛି ଶ୍ରୀକ୍ଷେତ୍ର ପୁରୀ । ସିଂହଦ୍ୱାର ନିକଟରେ ଶ୍ରୀଜୀଉଙ୍କୁ ତିନିରଥ ଅପେକ୍ଷା କରିଥିବା ବେଳେ ପ୍ରଥମେ ଗୋଟି ପହଣ୍ଡିରେ ରଥରେ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ଦ୍ୱିତୀୟରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ​‌ହୋଇଛି । ପରେ ପରେ ଭଉଣୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ କରିବେ । ରଥରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଗଜପତି ମହାରାଜ ଛେରା ପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇ ରଥଟଣା ଆରମ୍ଭ ହେବ ।
ରଥ ଯାତ୍ରା ପାଇଁ ସମସ୍ତ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ଚତୁର୍ଦ୍ଧାମୂରତିଙ୍କୁ ମାଉସୀ ମା’ ମନ୍ଦିରକୁ ନେଇଯିବାକୁ ପ୍ରସ୍ତୁତ ଅଛନ୍ତି ରଥ, ପଥ ଏବଂ ଭକ୍ତ । କରୋନା ପାଇଁ ୨ ବର୍ଷ ପରେ ବଡ଼ ଦାଣ୍ଡରେ ଏକାଠି ହେବେ ଭକ୍ତ ଓ ଭଗବାନ । ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ଭକ୍ତ ଓ ଭଗବାନଙ୍କ ଏକାଠିକୁ ବାରଣ କରିଥିଲା ପ୍ରଶାସନ ଓ ସରକାର । ଅର୍ଥାତ୍‌ ବିନା ଭକ୍ତରେ ସେବାୟତ ଓ ପୁଲିସ ପ୍ରଶାସନ ଦ୍ୱାରା ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା । କେବଳ ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରିପାରୁଥିଲେ ଭକ୍ତ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More