ରାଜ୍ୟସଭା ସଦସ୍ୟ ଭାବେ ଆଜି ଶପଥ ନେବେ ସୁପ୍ରୀମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

0

ଭୁବନେଶ୍ୱର : ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ ସୁପ୍ରୀମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ I ଗୁରୁବାର ସକାଳ ୧୧ଟାରେ ସେ ଶପଥ ଗ୍ରହଣ କରିବେ । ସରକାରଙ୍କ ସୁପାରିଶ କ୍ରମେ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗତ ସୋମବାର ରାଜ୍ୟସଭାକୁ ମନୋନୀତ କରିଥିଲେ। ସରକାରଙ୍କ ସୁପାରିଶ କ୍ରମେ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସୋମବାର ରାଜ୍ୟସଭାକୁ ମନୋନୀତ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋଗୋଇ ଅଯୋଧ୍ୟା ଜମି ବିବାଦ, ରାଫାଲ ଯୁଦ୍ଧ ବିମାନ ଏବଂ ସାବରିମାଲାରେ ମହିଳାଙ୍କ ପ୍ରବେଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ବେଞ୍ଚର ଅଧ୍ୟକ୍ଷତା କରିଥିଲେ । ଗୃହ ବିଭାଗ ମନ୍ତ୍ରଣାଳୟ ସୋମବାର ରାତିରେ ଏକ ବିଜ୍ଞପ୍ତି ଜାରି କରି ଗୋଗୋଇଙ୍କୁ ଉଚ୍ଚ ସଦନରେ ମନୋନୀତ କରାଯିବ ବୋଲି ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More