ରାଜ୍ୟସଭା ଯିବେ ମୁନ୍ନା ଖାଁ

0

ଭୁବନେଶ୍ୱର : ପୂର୍ବତନ ଚଳଚିତ୍ର ନିଗମର ଅଧକ୍ଷ ତଥା ବିଜେଡି ସଂଖ୍ୟାଲଘୁ ସଂଗଠନର ବରିଷ୍ଠ ନେତା ମୁନ୍ନା ଖାଁ ଯାଇପାରନ୍ତି ରାଜ୍ୟସଭା I ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା I ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ମୁନ୍ନା ଖାଁ ବହୁଦିନ ଧରି ବିଜେଡି ପାଇଁ କାମ କରୁଛନ୍ତି I ସବୁଥର ରାଜ୍ୟସଭା ଆସନ ଖାଲି ହେଲେ ତାଙ୍କ ନାଁ ଚର୍ଚ୍ଚାକୁ ଆସେ I

ଏପ୍ରିଲ ମାସରେ ୪ଟି ରାଜ୍ୟସଭା ଆସନ ଖାଲି ହେଉଛି I ଏହି ୪ଟି ଆସନରେ ଓଡିଶାରୁ କାହାକୁ ନବୀନ ରାଜ୍ୟସଭାକୁ ପଠାଇବେ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହେଲାଣି I ବିଜେଡିର କିଛି ନେତା ନବୀନ ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରତିଶୃତି ଦେଇଥିବା ବାରମ୍ବାର ଗଣମାଧ୍ୟମରେ ଡିଂଡିମ ପିଟୁଛନ୍ତି I ତେଣୁ ଏହି ନେତାମାନେ ଏଥର ରାଜ୍ୟସଭା ଜିବେକି ନାହିଁ ତାହା ମଧ୍ୟ ଚର୍ଚ୍ଚାର ବିଷୟ I ସବୁବେଳେ ନିଷ୍ପତି ନେବାରେ ମାହିର ଥିବା ନବୀନ ଏଥର କାହାକୁ ରାଜ୍ୟସଭା ପଠାଉଛନ୍ତି ତାଉପରେ ଏବେ ସଭିଙ୍କ ନଜର I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More