ନବିନ ଯେତେ ଶୀଘ୍ର ବିଦା ହେବେ ଓଡିଶା ପାଇଁ ଭଲ : ଦାମ, ବିରୋଧି ନେତାଙ୍କ ଦାମଙ୍କ ପ୍ରତି ସମବେଦନା ପଢନ୍ତୁ

0

ଭୁବନେଶ୍ୱର (Odisha update)- ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ନବିନ ଗଣମାଧ୍ୟମରେ କହିଲେ ଯେ ଦାମକୁ ଦଳରୁ ବହିଷ୍କାର କରିବା ଯଥାର୍ଥ ଥିଲା । ସେ ସବୁ ସିମାକୁ ଟପିଯାଇଥିଲେ । ଏଠି ପ୍ରଶ୍ନ ଉଠୁଛି ଯେ ଦୁର୍ନିତିକୁ ଗଣମାଧ୍ୟମରେ ପ୍ରକାଶ କରିବା କଣ ଥିଲା ଦାମ ବାବୁଙ୍କ ଭୁଲ୍ । ଯେଉଁମାନେ ଦୁର୍ନିତିରେ ସଂପୃକ୍ତ ତାଙ୍କ ବିରୋଦ୍ଧରେ ନବିନ ପଟ୍ଟନାୟକ କଣ ପଦକ୍ଷେପ ନେଉଛନ୍ତ । ଏପଟେ ସୁତାଖିଅରେ ଝୁଲୁଛି ଦାମଙ୍କ ପରିବାରର ରାଜନୈତିକ ଭବିଷ୍ୟତ । ବିଜେଡିରେ ରହି ବିରୋଧୀଙ୍କୁ ସୁହାଇଲା ଭଳି କଥା କହୁଥିବା ଦାମ ବିଦା ହେବା ପରେ ଛୁଟିଛି ସମବେଦନାର ସୁଅ । ଏପରିକି ବିରୋଧୀ କ୍ୟାମ୍ପରେ ସାମିଲ ହେବା ପାଇଁ ଆସିଛି ଆହ୍ୱାନ । ଦାମୋଦର ରାଉତ ଦଳ ବିରୋଧୀ କାମ କରୁଥିଲେ । ବାରମ୍ବାର ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଆସୁଥିଲେ ଏବଂ ସେ ଆଣିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ । କିଛି ଏହିଭଳି ପ୍ରତିକ୍ରିୟା ରଖି ନବୀନ ନେଇଥିବା ନିଜ ନିଷ୍ପତିକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି । ନବୀନଙ୍କ ହାବଭାବରୁ ବେଶ ବାରି ହେଉଥିଲା ଯେ, ଦାମଙ୍କ ବିରୋଧରେ କଠୋର ନିଷ୍ପତି ନେବା ଛଡା ତାଙ୍କ ନିକଟରେ ଆଉ କୌଣସି ବିକଳ୍ପ ନଥିଲା । ବିଭିନ୍ନ ବିଭାଗରେ ଦୁର୍ନୀତି ଅଭିଯୋଗ ଆଣି ସରକାରଙ୍କୁ ସମାଲୋଚନା କରିବା ସହ ଜଗତସିଂପୁର ଜିଲ୍ଲା ବିଜେଡିରେ ଦଳ ବିରୋଧୀ କାର୍ଯ୍ୟକଳାପ ନେଇ ନବୀନଙ୍କ ନିକଟରେ ଅଭିଯୋଗ ଥିଲା । ହେଲେ ମଙ୍ଗଳବାର ଦାମ ଦେଇଥିବା ବୟାନ ସବୁ ସୀମା ଟପିଗଲା । ଦଳର ପରିଚାଳନାକୁ ନେଇ ନବିନଙ୍କ କ୍ଷମତାକୁ ନେଇ ପରୋକ୍ଷରେ କଲେ ଟାର୍ଗେଟ । ସରକାରୀ ବିଭାଗରେ ଦୁର୍ନୀତିର କଥା ଉଠାଇ ବିରୋଧୀ ଭୂମିକା ନିଭାଉଥିବା ଦାମ ବାବୁ ଦଳରୁ ବିଦା ହେବା ପରେ ସ୍ୱାଭାବିକ ଭାବେ ବିରୋଧୀ ଶିବିରରୁ ଲମ୍ବିଆସିଛି ସମବେଦନାର ହାତ । ଦୀର୍ଘ ୪୦ ବର୍ଷ କାଳ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ଥିବା ଦାମ ବିଜେଡିରୁ ବିଦାହେବା ପରେ ନିର୍ବାଚନ ଲଢିବା ପାଇଁ ତାଙ୍କୁ କୌଣସି ଦଳର ଆବଶ୍ୟକ ନଥିବା ଦମ୍ଭ ଦେଖାଉଛନ୍ତି । ହେଲେ ତାଙ୍କୁ ବିତାଡିତ କରିଥିବା ବିଜେଡିରେ ନିଜ ରାଜନୈତିକ ଭବିଷ୍ୟତ ଅପେକ୍ଷାରେ ଅଛନ୍ତି ପୁଅ ଓ ଝିଅ । ଦାମଙ୍କ ଦମ୍ଭ ଏମାନଙ୍କ ଭବିଷ୍ୟତ ନେଇ ବିରାଟ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ଦଳ ଭିତରେ ଥାଇ ଯେଉଁକଥାକୁ ଖୋଲାଖୋଲି ପ୍ରକାଶ କରିପାରୁ ନଥିଲେ ଦାମ ଏବେ ତାକୁ ଉଜାଗର କରିବାକୁ ପ୍ରସ୍ତୁତ ହେଉଛନ୍ତି । ଯାହା ବିଜେଡି ପାଇଁ ଆଗକୁ ଅଡୁଆ ବଢାଇବା ଅନୁମାନ କରାଯାଉଛି । ଅନ୍ୟ ପକ୍ଷରେ ଦାମ-ବୈଜୟନ୍ତଙ୍କ ଭେଟାଭେଟିକୁ ନେ ନୂଆ ସମିକରଣ ହେବାର ଆଶା ସଞ୍ଚାର ହେଲାଣି । କଣ ହେବ ରାଜ୍ୟ ରାଜନୀତି ? ଦାମଙ୍କୁ ଭେଟିବା ପରେ ବୈଜୟନ୍ତ କହିଲେ ବିଜେଡି ନାହିଁ ନୈତିକତା ଓ ବିଜୁଙ୍କ ଆଦର୍ଶ । ଦାମ କହିଲେ ବିଜେଡିରେ ନାହିଁ ପ୍ରତିବଦ୍ଧତା ନାହିଁ କି ଆଉ ସେ ଆଦର୍ଶ । ନବିନ ଯେତେ ଶୀଘ୍ର ବିଦା ହେବେ ଓଡିଶା ପାଇଁ ଭଲ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More