ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମ ବାର୍ଷିକୀ

0

ଆଜି ହେଉଛି ଭାରତର ଭୁତପୁର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମ ବାର୍ଷିକୀ । ଆଜିର ଦିନରେ ଭାରତର ପ୍ରତିଟି ନାଗରିକ ଏହି ମହାନ ଜନନାୟକଙ୍କୁ ମନେ ପକାଉଛନ୍ତି । ରାଜୀବ ଗାନ୍ଧୀଙ୍କ ସମାଧିସ୍ଥଳ ବୀରଭୂମି ଠାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ସୋନିଆ ଗାନ୍ଧୀ ପ୍ରମୁଖ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

୨୦ ଅଗଷ୍ଟ ୧୯୪୪ରେ ଜନ୍ମଗ୍ରହଣ କରିଥିବା ରାଜୀବ ୧୯୮୪ ମସିହାରେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଜିର ଏହି ଜନ୍ମବର୍ଷିକୀରେ ଓଡିଶା ଅପଡେଟ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More