ରାଜସ୍ଥାନ : ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ଲଗାଣ ବର୍ଷା ପରେ ଦେଖିବାକୁ ମିଳିଛି ବନ୍ୟା ପ୍ରଳୟ । ବର୍ଷା ପରେ ୧୩ରୁ ଅଧିକ ଜିଲ୍ଲାରେ ସ୍ଥିତି ଅସମ୍ଭାଳ, ବନ୍ୟା ଜଳରେ ବୁଡିଲା କୋଟା ସହର I ଘର ଦ୍ୱାର, ବଜାର ହାଟ ସବୁଠି ପଶିଛି ବନ୍ୟା ପାଣି । ଏନଡିଆରଏଫ ଟିମ୍ ପହଞ୍ଚି ବୋଟ୍ ଜରିଆରେ ଲୋକଙ୍କୁ ସ୍ଥାନାନ୍ତର କାମ ଆରମ୍ଭ କରିଛି । ବନ୍ୟାର ଭୟଙ୍କର ସ୍ଥିତିର ମୁକାବିଲା ପାଇଁ ଗେହଲଟ ସରକାର ସେନାର ସାହାଯ୍ୟ ମାଗିଛନ୍ତି ।