ରଜ : ଗାଁ ଓ ସହର

0

କୋହଲା ପାଗ । କେତେବେଳେ ଟିକେ ଟିକେ ଝିପିଛିପି ବର୍ଷା । ଗାଁର ଘରେଘରେ ପୋଡ଼ପିଠାର ବାସ୍ନା । ସକାଳ ହେଲେ ଦୋଳି କଟକଟ । ନୂଆ ଡ଼୍ରେସ ପିନ୍ଧି କୁନି ଝିଅଟି ବଡ଼ମାନଙ୍କୁ ପାଦଧରି ଜୁଆର ହେଉଛି । ହାତରେ ବି ଅଛି ପୋଡ଼ପିଠା । ଘରେ ହୋଇଥିବା ପୋଡ଼ପିଠାକୁ ପାଖ ପଡ଼ୋଶୀଙ୍କୁ ଦେବା ପାଇଁ ନାନି ପିଠାଶହ , ପଣଷ ମଞ୍ଜି ତରକାରୀ, ଆମ୍ବ ଦୁଇଫାଳ ସହ ମିଠା ଗୋଟଏ ନେଇ ଦେଇଆସେ । ପୋଡ଼ୋଶୀ ମଧ୍ୟ ଆମ ଘର ପିଠା ପାଇବା କ୍ଷଣି ମାଉଶୀ ନିଜେ ତାଭ୍କ ହାତ ତରିଆରୀ ପିଠା ଓ ମଟର ତରକାରୀ, ଆମ୍ବ ସହ ମିଠା ମଧ୍ୟ ଦେଇଥାନ୍ତି । ଏପରି ଆଦାନ ପ୍ରଦାନ ଚାଲେ ରାଜ ପର୍ବ ଆନ୍ଦନ ଉଲ୍ଲାସରେ । ତ ସହ ପୁଣି ପାଖରେ ବନ୍ଧୁଘରେ ଥିଲେ କଥା ସରିଲା । ରଜର ସଜବାଜ ମଧ୍ୟରେ କିଏ ମାମୁଁ ଘରକୁ ପିଠା ନେଇକି ଯିବ ଓ କିଏ ପିଉଶୀ ଘରକୁ ପିଠା ନେବ । ଏଥିଲାଗି ପ୍ରତ୍ୟେକ ଘରେ ଭାଇ ଓ ଉଉରୀ ମଧ୍ୟରେ ଝଘଡ଼ା ଆରମ୍ଭ ହୋଇଯାଏ । ଶେଷରେ ବାପା ନ ହେଳେ ଦାଦାଙ୍କ ପୁଅ ସେ କାମ କରନ୍ତି । ଏହାପରେ ଆରମ୍ଭ ହୋଇଯାଏ ବୁଲାବୁଲି । ନୂଆ ଡ଼୍ରେସ ପିନ୍ଧି ସାଙ୍ଗମାନଙ୍କ ସହ ରଜ ବୁଲିବାର ମଜା ଟିକେ ଅଲଗା । ରଜ ଆନନ୍ଦ ଉଲ୍ଲାସର ପର୍ବ ହୋଇଥିବା ଏହି ଦିଦ ମନ ଖୁସିରେ ସମୟ କଟେ । ରଜରେ ତ ପାନ ଖାଇବାର ମଜା ଟିକେ ନିଆରା । ଘରୁ ପଇସା ଆରି ପାଖ ଦୋକାନକୁ ୫ଟଙ୍କାରେ ୩ଟି ମିଠାପାନ ଖାଇବାକୁ ଇଚ୍ଛା ଥିଲେ ମଧ୍ୟ ରାଜକୁ ଦେଖି ପାନ ଦୋକାନୀ ମିଠାପାନ ଗୋଟା ୫ଟଙ୍କା କରିଦେଇଥାଏ । ମନରେ ଦୁଃଖ ଟିକେ ଆସେ । ସବୁଦିନ ଯେଉଁ ମିଠାପାନ ୫ ଟଙ୍କାରେ ୩ଟା ବେଳେ ରାଜରେ ଗୋଟାଏ । ହେଉ ତଥାପି ଚଳିବ । ଗୋଟେ ପାନକୁ ଦୁଇଜଣ ମିଶି କରି ଖାଇବାର ମଜା ମଧ୍ୟ ଟିକେ ନିଆର ଥାଏ । ରଜରେ କୋହଲା ପାଗରେ କେଉଁଠି କୁନି ଝିଅଟି ଦୋଳି ଖେଳୁଥାଏ ତ ଆଉ କେଉଁଠି କିକ୍ରେଟ ଖେଳ,କବାଡ଼ି ଖେଳ, ତାସ ଖେଳରେ ବୟସ ଅନୁସାରେ ମାତିଥାନ୍ତି ମୋ ଗାଁର ସମେସ୍ତ । ଘରେ ମଧ୍ୟ ଝିଅମାନେ ଲୁଡ଼ୁ ଖେଳନ୍ତି । ଏପରି କଟିଥା ମୋ ଗାଁରେ ରଜ । ଯେମିତି ମା ବସୁମତୀ ଏହି ୩ଦିନ ସାଂସର ଜଞ୍ଜାଳ ଛାଡ଼ି ସମସ୍ତେ ଖୁସିରେ ସମୟ କଟାଇବା ପାଇଁ ଏକ ମୃହୁର୍ତ୍ତ ଆଣିଥାନ୍ତି । ଗାଁ ରାଜ ବିଷୟରେ ଯେତେ ବର୍ଣ୍ଣନା କଲେ ମଧ୍ୟ ସରିବନି । ସେ ପାଖ ପଂଚାୟତରେ ବାଉଁଶ ଦୋଳି ହେଉ ଅବା ରଜରେ ପାନଖାଇ ପାଟି ନାଲ କରି ସିନେମା ହଲକୁ ଭିଡ଼ରେ ପେଲିଠେଲି ହୋଇ ହଲରେ ଗରମରେ ସିଜିସିଜି ଓଡ଼ିଆ ସିନେମା ଦେଖିବାର ମଜ ବି ଟିକେ ନିଆରା । ମୋ ଗାଁ ରଜ ସବୁଠୁ ଭଲ ।
ହେଲେ ସହର ରଜ । ବି ଟିକେ ନିଆରା । ଗାଁରୁ ଆସି ସହରରେ ରହିଥିବା ଲୋକଟି ସହରରେ ରାଜ ପାଳନ କରେ କେବଳ ଛୁଟପାଇର୍ । ନା ଏଠି ଥାଲ ମାଟି ହାଣ୍ଡିରେ ତିଆରୀ ପୋଡ଼ ପିଠା ବାସ୍ନା । ନା ଥାଏ ପଡ଼ୋୀ ଘରୁ ପିଠା ଆସିବା । ପିଠା ଖାଇବାକୁ ଇଚ୍ଚା ହେଲେ ବି ମିଳେନା ପିଠା । ଅତି ବେଶୀରେ ଯଦି ପିଠା ଖାଇବାକୁ ଇଚ୍ଚା ହୁଏ ତେବେ ସରକାର କି କିଛି ହାତ ଗଣିତ ସ୍ଥାନରେ ବିକ୍ରୀ ହୋଇଥାଏ ପିଠା । ଯାହା କିଣି ଖାଇବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ । ଏହି ରଜର ଅର୍ଥ ହୋଇଥାଏ ବଡ଼ବଡ଼ ମଲକୁ ଯାଇ ସିନେମା ଦେଖିବା , ନୂଆ ଡ଼୍ରେସ ପିନ୍ଧି ପାର୍କରେ ବସିବା ଓ ସଫିଙ୍ଗ କରିବା । ତା ସହ ବାହାରକୁ ବୁଲି ଯିବ । ଆଉ ପିଲାମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ଗୋଟାଇବା । ଏପରିକି ପିଠା କିଣିବା ପାଇର୍ ମଧ୍ୟ ସହରରେ ଆରମ୍ଭ ହୋଇଥାଏ ପ୍ରତିଯୋଗିତା । ରଜଦୋଳି ଏଠି ସାତସପନ ହୋଇଥାଏ । କେବଳ ବଡ଼ବଡ଼ ଅଟାଳିବା ଭିତରେ କୁନି ପିଲାର କାନ୍ଦ ବନ୍ଦ କରିବା ପାଇଁ ପ୍ଲାଷ୍ଟିକ ଦୋଳି ଲାଗିଥାଏ । ହେଲେ ଶୁବେନି କଟକଟ ଶଦ୍ଧ । ଆଉ ଯେଉଁଠି ଦୋଳି ତିଆରି ହୋଇଥାଏ । ସେଠି ସେ ଦୋଳିରେ ଖେଳିବା ପାଇଁ ନୁହେଁ, ବଂର ଫଟୋ ଉଠାଇବା ପାଇଁ ସଭିଁଙ୍କ ମଧ୍ୟରେ ଲାଗିଥାଏ ପ୍ରତିଯୋଗିତା । ରଜରେ ଗାଁ ପାନ ୫ଟି ଥିବା ବେଳେ ସହରର କିନ୍ତୁ ଏହା ୩୦ଟଙ୍କା ।
ଗାଁ ।ଜ ମଉଜ ଓ ପରାମ୍ପରା ସଂସ୍କତି ପ୍ରତିଫଳିତ ହେଉଥବା ବେଳେ ସହର ରଜ କିନ୍ତୁ ପ୍ରତିଯୋଗିତାରେ ପାଳନ ହୋଇଥାଏ ବୋଳି ଅନେକ ମତ ଦିଅନ୍ତି । ହେଲେ ପହିଲି ରରଜ ଓ ଶେଷ ରଜ କେଉଁଠି କି କେଉଁଠି ସର୍ଭିଙ୍କୁ ଆନନ୍ଦ ଦେଇଥାଏ । ରଜତ ମଣିଷ ଜୀବନକୁ ସଜ ଓ ସତେଜ କରିଥାଏ ୩ଦିନରେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More