ରାହୁଲ ଓ ନିରଞ୍ଜନଙ୍କୁ ଦାମଙ୍କ ତେର୍ଚ୍ଚା ବାଣ

0

ଭୁବନେଶ୍ୱର : “ବୁଦ୍ଧି ନ ଦିଶଇ ଘରକୁ,କହିଦେଉଥାଏ ପରକୁ ” । ଏମିତି କିଛି ବ୍ୟଙ୍ଗ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ଦାମ ରାଉତ । କଂଗ୍ରେସ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମୁକାବିଲାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରୁଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସିଧାସଳଖ ରାଜ୍ୟରେ ଲକ୍ ଡାଉନ ବିଫଳ ହୋଇଛି ବୋଲି କହିଛନ୍ତି । ତାର ଉତ୍ତରରେ ବରିଷ୍ଠ ନେତା ଦାମ ରାଉତ କଂଗ୍ରେସ ଏପରି କଟାକ୍ଷ କରିଛନ୍ତି ।
ଶ୍ରୀ ରାଉତ କହିଛନ୍ତି , ଦେଶ ଏବେ କରୋନା ମହାମାରୀ ସହ ଲଢ଼ୁଛି।ହେଲେ କଂଗ୍ରେସ ଏଥିରୁ ରାଜନୈତିକ ଛକା ମାରିବାକୁ ପ୍ରୟାସ କରୁଛି । ଚାରିଆଡୁ କରୋନାର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ଖୋଦ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରର ଅନେକ ମନ୍ତ୍ରୀ ଏହା ମାନୁଛନ୍ତି । ସେତେବେଳେ କଂଗ୍ରେସର ଏପରି ଅଭିଯୋଗ ଭିତ୍ତିହୀନ ବୋଲି ଶ୍ରୀ ରାଉତ କହିଛନ୍ତି । କଂଗ୍ରେସ ପ୍ରଥମେ ତାର ଭାଗୁଆଳି ରାଜ୍ୟ ମହାରାଷ୍ଟ୍ର କଥା ଚିନ୍ତା କରିବା ଉଚିତ । କଂଗ୍ରେସ ୧୯୯୯ ମହାବାତ୍ୟା ଅନୁଭୂତିକୁ ଭୁଲିବା ଉଚିତ ନୁହଁ । ତାହାକୁ ମନେ ପକେଇ କରି ନବୀନଙ୍କ ପରାମର୍ଶ ନେବାକୁ ନିରଞ୍ଜନଙ୍କୁ ତେର୍ଚ୍ଚା ବାଣ ମାରିଛନ୍ତି ଦାମ ରାଉତ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More