ରାହୁଲଙ୍କ ହାତ ଧରିବେ କି CBI ପୂର୍ବତନ ନିର୍ଦେଶକ ଆଲୋକ ବର୍ମା ….?

0

୧୯୭୯ ମସିହା ବ୍ୟାଚର ଆଇପିଏସ ଅଫିସର ଆଲୋକ ବର୍ମା ଜୁଲାଇ ୩୧, ୨୦୧୭ରେ ଅବସର ନେବା ପରେ ଜନୁୟାରୀ ୩୧ ,୨୦୧୯ପର୍ଯ୍ୟନ୍ତ ୨ବର୍ଷ ଯାଏଁ ତାଙ୍କୁ CBI ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା I CBI ପରି ଏକ ଗୁରୁତ୍ୱପୂର୍ଣ ସଂସ୍ଥାର ନିର୍ଦେଶକ ଥିବା ଶ୍ରୀ ଵର୍ମାଙ୍କ ବିରୁଧରେ ଦୁର୍ନୀତି , ପ୍ରିୟାପ୍ରୀତୀ ପୋଷଣ ପରି ଗୁରୁତ୍ୱର ଅଭଯୋଗ ଆସିଲାପରେ ତାଙ୍କୁ ୭୭ ଦିନ ବାଧ୍ୟତାମୂଳକ ଛୁଟିରେ ଯିବାକୁ ନିର୍ଦେଶ ଦିଆଯାଇଥିଲା I ଅବସର ନେବାର ୨୧ ଦିନ ପୂର୍ବରୁ ଉଚ୍ଚତମ ନ୍ୟାୟାଳୟର ନିର୍ଦେଶ କ୍ରମେ ଗତ – ୯/୧/୨୦୧୯ ଦିନ ତାଙ୍କୁ ପୁନଃ ନିଯୁକ୍ତି ମିଳିଥିଲା I ସେ କାର୍ଯ୍ୟରେ ଯୋଗ ଦେବା ଦିନ କାର୍ଯ୍ୟବାହୀ ନିର୍ଦେଶକ ନାଗେଶ୍ୱର ରାଓଙ୍କର ସମସ୍ତ ବଦଳି ଆଦେଶକୁ ବାତିଲ କରିଦେଇଥିଲେ I ସେହିପରି ଆସ୍ଥନାଙ୍କ ବିରୁଦ୍ଧରେ ଥିବା ଅଭିଯୋଗର ତଦନ୍ତକାରୀ ଅଫିସର ଙ୍କୁ ମଧ୍ୟ ପ୍ରତ୍ୟାହାର ନିର୍ଦେଶ ଦେଇଥିଲେ I ତେଣୁ ବାଧ୍ୟହୋଇ ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତା ରେ ଗଠିତ ଉଚ୍ଚକ୍ଷମତା ସମ୍ପର୍ଣ କମିଟି ଯେଉଁ କମିଟିରେ ଉଚ୍ଚତମ ନ୍ୟାୟାଳୟର ବିରୋଧିଦଳର ନେତା ମଲ୍ଲୀକାର୍ଜୁନ ଖାରଗେ ସଦସ୍ୟ ଥିଲେ ସେହି କମିଟି ଶ୍ରୀ ବର୍ମାଙ୍କୁ ନିର୍ଦେଶକ ପଦବୀରୁ ହଟାଇ ଅନ୍ୟ ଜାଗାରେ ନିଯୁକ୍ତି ଦେଇଥିଲେ I ଶ୍ରୀ ବର୍ମାଙ୍କ ବହିଷ୍କାରକୁ ବିରୋଧୀ ଦଳର ନେତା ଖାରଗେ ଗ୍ରହଣ କରିନଥିଲେ I ଏଥରେ ପ୍ରଶ୍ନ ଉଠୁଛି ୨୦୧୭ ରେ ଯେତେବେଳେ ଶ୍ରୀ ଆଲୋକ ବର୍ମାଙ୍କୁ CBI ନିର୍ଦେଶକ ଭାବେ ନିଯୁକ୍ତି ମିଳିଲା ଶ୍ରୀ ଖାରଗେ ତାଙ୍କୁ ବିରୋଧ କରିଥିଲେ I ବର୍ତମାନ କିନ୍ତୁ ତାଙ୍କୁ ସମର୍ଥନ କରୁଛନ୍ତି I ଏହାର ଏକମାତ୍ର କାରଣ ଶ୍ରୀ ଆଲୋକ ବର୍ମା ରାହୁଲ ଗାନ୍ଧୀଙ୍କ ହାତ ଧରିବାର ନିଷ୍ପତି ନେଇଥିବା ଜଣାପଡୁଛି I କାରଣ ବହୁ ପଦାଧିକାରୀ ଅବସର ପରେ ଲୋକସଭା ଓ ରାଜ୍ୟସଭା କୁ ଯିବାର ନଜିର ଅଛି I ତେଣୁ ଆଲୋକ ବର୍ମା ଚାକିରିରୁ ଅବ୍ୟାହତ ନେଇଥିବା ପଛରେ ରାଜନୀତି କରିବାର ଇଚ୍ଛାଥିବ ବିଷୟକୁ ଅସ୍ୱୀକାର କରାଯାଇ ପାରିବ ନାହିଁ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More