ପୁରୀରେ ବର୍ତ୍ତମାନ ଚାଲିଥିବା ଉଚ୍ଛେଦ ପ୍ରକ୍ରୀୟାରେ ଅତିଷ୍ଠ ହୋଇଥିବା ବ୍ୟବସାୟୀମାନଙ୍କୁ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପରାମର୍ଶ ସତ ହୋଇଥିଲେ ସାଂଘାତିକ ?

0

ଗତ କିଛିଦିନ ଧରି ରାଜ୍ୟ ସରକାର ଶ୍ରୀମନ୍ଦିର ଚତୁର୍ଥପାଶ୍ୱର୍ରେ ୭୫ ମିଟର ବ୍ୟବଧାନରେ ଥିବା ସମସ୍ତ ଘର,ମଠ, ଦୋକାନ ଘର, ବ୍ୟବସାୟୀକ ସଂସ୍ଥା ଭାଙ୍ଗିବା ଆରମ୍ଭ କରିଛନ୍ତି । ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ଦୀର୍ଘ ଦିନରୁ ପୁରୁଷାନୁକ୍ରମେ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡ଼ିଛି । ଏହାର ପ୍ରତିକାର ପାଇଁ ସେମାନେ ବରିଷ୍ଠ ବ୍ୟକ୍ତି ବିଶେଷ , ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ କର୍ମକର୍ତ୍ତା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରାସ୍ତ ହୋଇ ଏହି ଅସମୟରେ ସେମାନଙ୍କୁ ସାହାର୍ଯ୍ୟ କରିବାକୁ ଅନୁରୋଧ କରୁଛନ୍ତି । ହେଲେ ସେମାନଙ୍କ କଥା ବୁଝାଯିବ ବୋଲି ସମସ୍ତେ ପ୍ରତିଶ୍ରୃତି ଦେଉଥିଲେ ମଧ୍ୟ ପୁରୀ ଦୀର୍ଘଦିନ ଧରି ରହିଥିବା ପୂର୍ବତନ ବିଧାୟକ ଓ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଆଶ୍ୱସନା ଭିନ୍ନ । ସେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟବସାୟୀମାନଙ୍କୁ ଜାମୁ କାଶ୍ମୀରୀରେ କମ ପଇସାରେ ଜାଗା ମିଳୁଥିବା ବିଷୟ କହି ତାଚ୍ଛଲ୍ୟ କରିଥିବା କଥା ଶୁଣିବାକୁ ମିଳୁଛି । ଶ୍ରୀ ମହାନ୍ତି ବ୍ୟବସାୟୀମାନଙ୍କୁ କହିଲେ ପଇସା ପତ୍ର ନେଇ ଜାମୁ କାଶ୍ମୀରରେ ମିଳୁଥିବା ଜମି କମ ପଇସାରେ ନେଇ ବ୍ୟବସାୟ କଲେ ତମର ଲାଭ ହେବ । ଏହି କଥାଟି ଯଦି ସତ ହୋଇଥାଏ ତେବେ ତାହା ସାଂଘାତିକ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More