ଜଗା ପାଇଁ ଜାଗା ଦେଲେ : ନବୀନ କଲେ ସମ୍ବଦ୍ଧିତ

0

ପୁରୀ : ସୁନ୍ଦର ହେବ ପୁରୀ । ଜବରଦଖଲ ଉଚ୍ଛେଦ ସହ ଶ୍ର୍ରୀମନ୍ଦିର ଚତୁପାଶ୍ୱର୍ର ୭୫ ମିଟର ଉଛଇଚ୍ଛେଦ ପାଇଁ ପ୍ରଶାସନ ନେଇଥିବା ପଦକ୍ଷପକୁ ସହଯୋଗ କରିଥିଲେ ପୁରୀବାସୀ । ଜଗା ପାଇଁ ନିଜର ଜଗା ଦେଇଥିବା ୧୧ଟି ପରିବାରର ସଦସ୍ୟମାନଙ୍କୁ ଲୋକସେବା ଭବନରେ ସମ୍ବଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ ଉପହାର ଆକାରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରୂପା ତାରକସୀର ପ୍ରତିମୂର୍ତ୍ତୀ ପ୍ରଦାନ କରିବା ସହିତ ଉତ୍ତରୀୟ ମଧ୍ୟ ଦେଇଥଲେ। ପୁରୀକୁ ସୁନ୍ଦର ସହର ଭାବେ ଗଢିତୋଳିବା ପାଇଁ ଏହି ୧୧ଟି ପରିବାରର ତ୍ୟାଗ ଓ ଅବଦାନର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପରିବାର ମାନଙ୍କ ଅବଦାନ ପାଇଁ ଓଡିଶାବାସୀ ସେମାନଙ୍କ ନିକଟରେ ଚିର ଋଣୀ ରହିବେ। ଶ୍ରୀମନ୍ଦିରର ସୁରକ୍ଷା ଶ୍ରୀକ୍ଷେତ୍ରର ବିକାଶ ପାଇଁ ସେମାନଙ୍କ ତ୍ୟାଗକୁ ଆମର ଭବିଷ୍ୟତ ପୀଢି ସବୁଦିନ ପାଇଁ ମନେ ରଖିବ ବୋଲି ସେ କହିଥିଲେ। ଅନ୍ୟମାନେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ୟାକେଜକୁ ଗ୍ରହଣ କରି ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ସ୍ବେଚ୍ଛାରେ ଜାଗା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More