ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

0

ପୁରୀ : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର I କରୋନା ମହାମାରୀ ପାଇଁ ଦୀର୍ଘ ୯ମାସ ଧରି କାଳିଆ ଠାକୁରଙ୍କ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହୋଇଥିଲେ । ସବୁ ପ୍ରତୀକ୍ଷା ଆଜି ଅନ୍ତ ଘଟିଛି I ସକାଳ ୭:୩୦ ପରେ ଶ୍ରୀଦର୍ଶନ ଆରମ୍ଭ ହୋଇଛି । ଏହି ଦର୍ଶନ ବ୍ୟବସ୍ଥା ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ଭକ୍ତଙ୍କ ଦର୍ଶନ ପାଇଁ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ଦର୍ଶନ ଶୃଙ୍ଖଳା, ଦର୍ଶନାର୍ଥୀଙ୍କୁ ଗାଇଡ୍‌ କରିବା ଏବଂ ସମୁଦ୍ର ସ୍ନାନ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହେଉଛି । ପାଖାପାଖି ୨୦ ପ୍ଳାଟୁନ୍‌ ଫୋର୍ସ ନିୟୋଜିତ ହେବାର ସୂଚନା ମିଳିଛି । ଶ୍ରୀମନ୍ଦିର ଖୋଲିବା ପରେ ପ୍ରତିଦିନ ୧୫ରୁ ୧୭ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ଲାଭ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି । ଦର୍ଶନ ମାର୍ଗଦର୍ଶିକାରେ ଜିଲ୍ଲା ଏବଂ ବାହାରୁ ଆସୁଥିବା ଦର୍ଶନାର୍ଥୀ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ସହ ନିଜର ପରିଚୟପତ୍ର ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିବେ I ଏହାସହ ପ୍ରଚଳିତ କୋଭିଡ୍‌ ନିୟମ ଅନୂଆସାରେ ମାସ୍କ, ହ୍ୟାଣ୍ଡ ସାନିଟାଇଜେସନ, ସାମାଜିକ ଦୂରତା ଆଦିକୁ ଦର୍ଶନ ବେଳେ କଡାକଡି ଭାବେ ଅନୁପାଳନ କରିବେ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More