ଆସନ୍ତାକାଲି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା : ଆଜି ତିନି ରଥକୁ ବିଜେ ହେଲା ଆଜ୍ଞାମାଳ

0

ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା I ଏଥିପାଇଁ ଆଜି ଶ୍ରୀମନ୍ଦିରରୁ ରଥକୁ ଅଜ୍ଞାମାଳ ବିଜେ ହୋଇଛି । ତିନି ରଥକୁ ଆଜ୍ଞାମାଳ ବିଜେ ହୋଇଛି । ପରମ୍ପରା ଅନୁଯାୟୀ ସକାଳ ଧୂପ ସରିବା ପରେ ପୂଜାପଣ୍ଡାମାନେ ରଥଖଳାକୁ ଆଜ୍ଞାମାଳ ବିଜେ କରିଛନ୍ତି । ତିନି ପୂଜାପଣ୍ଡା ସାମନ୍ତ ତିନି ରଥରେ ଏକକାଳୀନ ଆଜ୍ଞାମାଳ ବିଜେ କରାଇଛନ୍ତି । ଏହାପରେ ରଥଗୁଡିକୁ ସିଂହଦ୍ବାର ଅଭିମୁଖେ ଟଣାଯାଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More