ପୁରୀଠାରେ ବିଦ୍ୟୁତବିଭାଗ କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟଦକ୍ଷତା ବୃଦ୍ଧି ସଂକ୍ରାନ୍ତରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଶ୍ରମିକ ନେତା ତଥା ଉପଭୋକ୍ତା ମହାସଂଘର ସଭାପତି ଶ୍ରୀଯୁକ୍ତ ରମେଶ ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ୍ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀଯୁକ୍ତ ଶତପଥି କହିଲେ ଯେ ବିଦ୍ୟୁତ ଗ୍ରାହକ ମାନଙ୍କ ନିକଟରେ ନିରବଛିନ୍ନ ବିଦ୍ୟୁତ ସେବା ପହଞ୍ଚାଇବା ସହିତ ସେମାନଙ୍କୁ ନିର୍ଭୁଲ ବିଲ ଦେବା ଓ ସଚ୍ଚୋଟତାର ସହ ବିଲ ଆଦାୟ କରିବା ମୁଖ୍ୟ କାର୍ଯ୍ୟ । ଏହି କାର୍ଯ୍ୟ ସୁଚାରୁ ରୁପେ ପ୍ରତ୍ୟକ କର୍ମଚାରୀ ଓ ଅଫିସର ସୁଚାରୁ ରୁପେ ସଂପାଦନ କଲେ ବିଦ୍ୟୁତ ବିଭାଗର ଏଟିସି କ୍ଷତି କମିପାରିବ । ରୁଗ୍ଣ ଅବସ୍ଥାରେ ବିଦ୍ୟୁତ ଡିଭିଜନର ଆର୍ଥୀକ ଅବସ୍ଥା ସ୍ୱଚ୍ଛଳ ହେବ । ଏଥିପାଇଁ ଶ୍ରମିକ ଓ କର୍ମଚାରୀ ମାନଙ୍କ କାର୍ଯ୍ୟଦକ୍ଷତା ସହିତ ଉତ୍ପାଦିକା ଶକ୍ତି ବଢାଇବାର ସମୟ ଆସିଛି । କେନ୍ଦ୍ର ସରକାରଙ୍କ ସ୍କିଲ ଦେଭେଲପମେଣ୍ଟ ଟ୍ରେନିଂ ଦେବା ପାଇଁ ଆଗାମି ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । କର୍ମଚାରୀ ମାନଙ୍କ ମଧ୍ୟରେ କାର୍ଯ୍ୟଦକ୍ଷତା ନବଢିବା ଫଳରେ ରାଜ୍ୟରେ ଯେଉଁ ଏଟିସି କ୍ଷତି ହେଉଛି ତାର ମୁଲ୍ୟ ବର୍ଷକୁ ୧ପ୍ରତିଶତ କମାଯାଇପାରିଲେ ୧୫୦କୋଟି ଟଙ୍କା ରାଜ୍ୟର ଲାଭ ହେବ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀଳାଚଳ ଏନର୍ଜିର ପରିଚାଳନା ନିର୍ଦ୍ଦେଶକ ଦୟାନୀଧି ସାମଲ, ଅର୍ଥ ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ପାତ୍ର, ଗ୍ରାମାଞ୍ଚଳ ବିଦ୍ୟୁତ ଡିଭିଜନ ସାକ୍ଷିଗୋପାଳ ଡିଭିଜନର ମ୍ୟାନେଜର ଭବାନି ପ୍ରସାଦ ନନ୍ଦ, ଫେଡକୋର ଶାଖା ପରିଚାଳକ ଶ୍ରୀଯୁକ୍ତ ଭଟ୍ଟାଚର୍ଯ୍ୟ ସମେତ ଅନ୍ୟନ୍ୟ ବରିଷ୍ଠ ଅଫିସର ମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।