ଦ୍ରୁତଗତିରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

0

ପୁରୀ : ଆଉ ମାସେରୁ କମ୍ ରହିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥ ତିଆରି ଆରମ୍ଭ ପରେ ଚଳ ଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର । ରଥଯାତ୍ରାକୁ ନେଇ ଥିବା ଆଶଙ୍କା ଏବେ ଥିରେ ଥିରେ କମିବାକୁ ଲାଗିଲାଣି । କାରଣ ପ୍ରଶାସନ ଓ ସେବାୟତଙ୍କ ମିଳିତ ଉଦ୍ୟମରେ ରଥ କାର୍ଯ୍ୟ ଜୋରଦାରରେ ହୋଇଛି । ଯାହାକି ସଭିଙ୍କ ମନରେ ରଥଯାତ୍ରାକୁ ନେଇ I ଆଶା ସଂଚାର କରିଛି । ସଭିଙ୍କୁ ଏକାଠି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ କିଶନ କୁମାର ,ଗଜପତି ମହାରାଜ ଓ ଗୁରୁ ଶଙ୍କରାଚାର୍ୟ୍ଯଙ୍କ ପରାମର୍ଶ ଓ କୋଭିଡ 19 ଗାଇଡ଼ ଲାଇନ ଅନୁସାରେ ରଥ ତିଆରି ଆଗେଇ ଚାଲିଛି । ମହାରଣା ଓ ଭୋଇ ସେବକମାନେ ମଧ୍ୟ ଦ୍ରୁତ ଗତିରେ ରଥ କାମରେ ଲାଗିପଡିଛନ୍ତି । ଏଥର ରଥ ଖଲର ଆକାର ବୃଦ୍ଧି କରାଯାଇଛି । ଯେମିତି ସାମାଜିକ ଦୂରତା ନିୟମ ବଜାୟ ରଖାଯାଇପାରିବ । ପ୍ରତେକ ଦିନ ୧୪ ଘଣ୍ଟାରୁ ଅଧିକ ପରିଶ୍ରମ କରୁଛନ୍ତି କାରିଗରମାନେ । ଏବଂ କାର୍ଯ୍ୟ ୧୨ ଦିନ ବିଳମ୍ବରେ ହୋଇଥିଲେ ମଧ୍ୟ ଚକ ଡେରା ନୀତିକୁ ସଠିକ ସମୟରେ ସମ୍ପାଦନ କରିଛନ୍ତି । ଏହା ସହ ହାଇକୋର୍ଟର ନିୟମ ଅନୁସାରେ ଜୁନ ୨୨ ପୂର୍ବରୁ ରଥ ନିର୍ମାଣ ଶେଷ ପାଇଁ ଲାଗିପଡିଛନ୍ତି ମହାରଣା ଓ ଭୋଇ ସେବକମାନେ । ଶ୍ରୀମନ୍ଦିର ମୁଖ୍ୟ ପରିଚାଳକ ନିଜେ ପୁରୀରେ ସବୁ କାର୍ଯ୍ୟ ତଦାରଖ କରୁଛନ୍ତି । ଏହାସହ ପ୍ରତେକ ଦିନ ସେବାୟତ ମାନଙ୍କର ରକ୍ତ ନମୁନା ପରୀକ୍ଷା ବକରାଯାଉଛି । ଏବଂ ସେମାନଙ୍କ ରହିବା ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪୦ ଟି ତୁମ୍ବର ସମସ୍ତ କାର୍ଯ୍ୟ ସରିଛି । ବାକି ଦୁଇଟି ତୁମ୍ବର ବିନ୍ଧ କାର୍ଯ୍ୟ ଚାଲିଛି । ଓରା ବିନ୍ଧ କରାଯାଇ ସାରିଛି । ପୋଟଳ ଓରା , ପୋଟଳ ପାରେଣି ତିଆରି ସରିଛି । ୮ଟି ଭୂଇଁ ଖମ୍ବି ମଧ୍ୟ ତିଆରି ସରିଛି । ୬ଟି ଚକ କାଲି ଅଖ ସଂଯୁକ୍ତ ହୋଇଥିଲା , ଆଉ ୯ଟି ଚକ କାର୍ଯ୍ୟ ଶେଷ ହୋଇଛି । ଆସନ୍ତାକାଲି ଅନ୍ୟ ଚକଗୁଡିକର କାର୍ଯ୍ୟ କରାଯିବ ।
ରଥ ନିର୍ମାଣ ଆରମ୍ଭ ଦିନ ଠାରୁ ନିତ୍ୟ ନୈମିତ୍ତିକ ଭାବେ ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସଂପୃକ୍ତ ସମସ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି । ସମସ୍ତ ସେବକ ସୁସ୍ଥ ଅଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More