ପୁରୀ: ପୁରୀର ବହୁ ଚର୍ଚ୍ଚିତ କେ.ରମେଶ ହାଜତ ମୃତ୍ୟୁ ଅଭିଯୋଗ ମାମଲା ନେଇ ହାଇକୋର୍ଟରେ ଜବାବ ଦାଖଲ କଲେ ରାଜ୍ୟ ସରକାର । ମୃତକଙ୍କ ପରିବାରକୁ ଅନ୍ତରୀଣ ଅନୁକମ୍ପା ୫ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ସେପଟେ ରମେଶଙ୍କ ପରିବାରକୁ ନ୍ୟାୟ ଦେବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ଆଉ କିଛି ଅଭିଯୋଗ ଯୋଡ଼ିଲେ . ଘଟଣା ଘଟିବା ସମୟରେ ଥାନାରେ ପୁରୀ ଏସପି ଥିବା ଅଭିଯୋଗ କରିଛନ୍ତି I ରମେଶଙ୍କୁ ବାହାରୁ ନୁହେଁ, ତାଙ୍କ ଘରୁ ପୋଲିସ ଉଠାଇ ନେଇଥିଲା । ସେଦିନ ବାସେଳି ସାହି ଥାନାରେ ଉପସ୍ଥିତ ଥିବା ଅନ୍ୟ ଅଭିଯୁକ୍ତ ବି ଦେଖିଥିବା ଆବେଦନକାରୀ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି ।