ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କଣ କହିଲେ ପୁରୀ ଗଜପତି ଦିବ୍ୟସିଂହଦେବ

0

ଭୁବନେଶ୍ୱର : ଭାରତସ୍ୱାଧୀନ ହେବା ପରେ ଉତ୍କଳ ପ୍ରଦେଶ ପ୍ରତିଷ୍ଠା ହେବା ପରେ କୌଣସି ସରକାର ଶ୍ରୀମନ୍ଦିର ପାଇଁ ଓ ପୁରୀ ପାଇଁ ଚିନ୍ତନ କରିନଥିଲେ । ନବୀନବାବୁ ମନରେ ଏ ଦୟା ଭକ୍ତି କିପରି ପଶିଲା । ଆମେ ଜାଣିଥିଲୁ ଜାନକୀବାବୁ ବହୁତ ପଣ୍ଡିତ ଥିଲେ ଜଗନ୍ନାଥଙ୍କ ବିଷୟରେ ତାଙ୍କର ବହୁତ ଜ୍ଞାନ ଥିଲା । ତେଣୁ ତାଙ୍କ ହୃଦୟରେ ଏମିତି କଥା ଆସିବା ସ୍ୱଭାବିକ । କିନ୍ତୁ ନବୀନବାବୁ । ଏହା ଆଚର୍ଯ୍ୟ କଥା ନୁହେଁ । ଏସବୁ କରାଉଛନ୍ତି କିଏ । ତେଣୁ ଏ ଯେଉଁ ଠାକୁର ଆସିଛନ୍ତି ବାବୁ ଟିକେ ସାବଧାନ । ଆମର ଗୋଟିଏ କର୍ତ୍ତବ୍ୟତ୍ତ ତାଙ୍କ ପାଦତଳେ ନିଜକୁ ପୁରା ସମର୍ପିତ କରିବା , ପ୍ରଭୃ ଯାହା ଚାହୁଛ ତାହା କରେଇ ନିଅ । ସମସ୍ତଙ୍କର ମଙ୍ଗଳ ହେଉ । ମୋଟାମୋଟି ଭାବରେ କହିବାକୁ ଗଲେ ପୁରୀ ଓ ଜଗନ୍ନାଥ ମନ୍ଦିରର ନେଇ ରାଜ୍ୟ ସରକାର ଯେଉଁ ପଦକ୍ଷପ ନେଉଛନ୍ତି ତାହା ମହାପ୍ରଭୃଙ୍କ ନିର୍ଦ୍ଦେଶରେ ଚାଲିଛି ବୋଲି ଗଜପତି ମହାରାଜ କହିଛନ୍ତି । ପୁରୀର ସୌନ୍ଦର୍ଯ୍ୟକରଣ ଓ ଚତୁପାଶ୍ୱର୍ ବିକାଶ ଓ ଶ୍ରୀମନ୍ଦିର ସଂସ୍କାର ନେଇ ପଂଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ପଦକ୍ଷପ ନେଇଛନ୍ତି । ଯାହାକି ଏବେ ଚର୍ଚ୍ଚାର ବିଷୟ । ପୁରୀର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଛି । ମନ୍ଦିରର ପାଇଁ ଖଣି ମଧ୍ୟ ସଂରକ୍ଷଣ କରିଛନ୍ତି କରାଯାଇଛି । ଶ୍ରୀମନ୍ଦିରର ୭୫ ମିଟର ଯାଏ ଜବରଦଖଲ ଉଚ୍ଛେଦ ପ୍ରକ୍ରୀୟା ଜାରୀ ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More