ଆରମ୍ଭ ହେଲା କାର୍ତ୍ତିକ ବ୍ରତ : ହବିଷ୍ୟାଳୀମାନଙ୍କ ସହ ଆଲୋଚନା କଲେ ନବୀନ

0

ଭୁବନେଶ୍ୱର : ଧର୍ମର ମାସ କାର୍ତ୍ତିକ । କାର୍ତ୍ତିକ ମାସରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ହବିଷ୍ୟାଳୀମାନଙ୍କ ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । ରହିବା, ଖାଇବା ଓ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି । ଯେଉଁଠାରେ ହଜାର ହଜାର ସଂଖ୍ୟକ ହବିଷ୍ୟାଳୀ ବ୍ରତ ରହିବେ । ସୋମବାର ଲୋକସେବା ଭବନରୁ ଭିଡ଼ିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳୀଙ୍କ ସହ ଆଲୋଚନା କରିଥିବା ସହ ବ୍ରତଧାରୀମାନଙ୍କୁ ନବୀନ ଶୁଭେଚ୍ଛା ଜଣାଇଛନ୍ତି । \nଚଳିତ ବର୍ଷ ପୁରୀରେ ତିନୋଟି ସ୍ଥାନରେ ତିନି ହଜାର ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଠାରେ ୯୦୦ ଏବଂ ମୁନିସିପାଲଟି କଲ୍ୟାଣ ମଣ୍ଡପରେ ୬୦୦ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ନୂତନ ଭାବେ ନିର୍ମିତ ନରେନ୍ଦ୍ରକୋଣ ହବିଷ୍ୟାଳୀ କେନ୍ଦ୍ରରେ ୧୫୦୦ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରୁ ହବିଷ୍ୟାଳୀମାନଙ୍କୁ ମନ୍ଦିରକୁ ନେବା ଆଣିବା କରିବା ପାଇଁ ୩ଟି ବସର ମଧ୍ୟ ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ ଯେ, ଆଜି ସୁଦ୍ଧା ୨୫୭୭ ଜଣ ହବିଷ୍ୟାଳୀ ଏହି କାର‌୍ୟ୍ୟକ୍ରମ ପାଇଁ ପଂଜିକୃତ ହୋଇସାରିଛନ୍ତି ଏବଂ ତନ୍ମମଧ୍ୟରୁ ୨୧୮୩ ଜଣ ବିଭିନ୍ନ କେନ୍ଦ୍ରରେ ରହି ବ୍ରତ ଆରମ୍ଭ କରିଛନ୍ତି ।ହବିଷ୍ୟାଳୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଜିଲ୍ଲାର ୫୦୦ ସରକୀର ଅଧିକାରୀ ଓ କର୍ମଚାରୀ, ୟୁଥ ଫର ବେଟର ପୁରୀ ନାମକ ଏକ ସଂସ୍ଥାର ୧୨୦ ସ୍ବେଚ୍ଛାସେବୀ ଏବଂ ରେଡକ୍ରସର ୬୦ ଜଣ ସଦସ୍ୟ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More