ଶ୍ରୀମନ୍ଦିର ସଂସ୍କାରରେ ଉଚ୍ଚତମ ନ୍ୟାୟାଳୟର ଗୁରତ୍ୱପୁର୍ଣ ନିଷ୍ପତି I ପୂର୍ବତନ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କ ସ୍ଥାନରେ ପୂର୍ବତନ ସଲିସିଟର ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାରଙ୍କୁ ଆମିକସ କ୍ୟୁରି ନିଯୁକ୍ତି ଦେଇଛନ୍ତି I

0

ଦୀର୍ଘଦିନ ଧରି ଶ୍ରୀମନ୍ଦିରରେ ଚାଲିଥିବା ଅବ୍ୟବସ୍ଥାର ସ୍ଥାୟୀ ସମାଧାନ ପାଇଁ ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଆଣିବାକୁ ଆବେଦନକାରୀ ମୃଣାଳିନୀ ପାଢ଼ୀଙ୍କ ତରଫରୁ ହୋଇଥିବା ଆବେଦନ ଉପରେ ବିଚାରକରି ଉଚ୍ଚତମ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମଙ୍କୁ ଆମିକସ କ୍ୟୁରି ଭାବରେ ନିଯୁକ୍ତି ଦେଇଥିଲେ I ଶ୍ରୀ ସୁବ୍ରମଣ୍ୟମ ପୁରୀ ଆସି ବିଭିର୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା ପରେ କେତେକ ନିର୍ଦ୍ଧିଷ୍ଟ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ I ଏପରିକି ସେବାୟତ ମାନଙ୍କୁ ସଂଯମତା ଅବଲମ୍ବନ କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ I ହେଲେ ତାଙ୍କଦ୍ୱାରା ପ୍ରସ୍ତାବିତ ବ୍ୟବସ୍ଥାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରି ପାରିଲେ ନାହିଁ I ପୁରୀରେ ଆରମ୍ଭ ହୋଇଗଲା କେତେକ ଅଭାବନୀୟ ଘଟଣା I ଏହି କାରଣରୁ ଗତ ନଭେମ୍ବର ୨୫ ତାରିଖ ଦିନ ଶ୍ରୀଯୁକ୍ତ ସୁବ୍ରମଣ୍ୟମ ବ୍ୟକ୍ତିଗତ କାରଣ ଦର୍ଶାଇ ଆମିକସ କ୍ୟୁରି ପଦବୀରୁ ଓହରିଯିବାକୁ ଉଚ୍ଚତମ ନ୍ୟାୟାଳୟକୁ ଜଣାଇଥିଲେ I ଗତକାଲି ୯/୧/୨୦୧୯ ଦିନ ବିଚାରପତି ଏକେ.ସିକ୍ରି , ବିଚାରପତି ଅବଦୁଲ ନଜିର ଓ ବିଚାରପତି ଏମାର ସାହାଙ୍କ ଖଣ୍ଡପିଠ ମାମଲାରେ ବିଚାରକରି ନୂଆ ଆମିକସ କ୍ୟୁରି ନିଯୁକ୍ତି କରିଛନ୍ତି I ପୂର୍ବତନ ସଲିସିଟର ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାରଙ୍କୁ ନୂଆ ଆମିକସ କ୍ୟୁରି ଭାବେ ନିଯୁକ୍ତି ଦିଆଯାଇଛି I ତାଙ୍କ ସହିତ ଆଇନଜୀବୀ ପ୍ରିୟାହିଁଗୋରାନି ତାଙ୍କ କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି I ଶ୍ରୀମନ୍ଦିର ମାମଲାର ସମସ୍ତ କାଗଜପତ୍ର ନୂଆ ଆମିକସ କ୍ୟୁରିଙ୍କୁ ହସ୍ତାନ୍ତର କରିବାକୁ ସୁପ୍ରିମ କୋର୍ଟର ରେଜିଷ୍ଟରଙ୍କୁ ନିର୍ଦେଶ ଦିଆଯାଇଛି I ଖଣ୍ଡପୀଠ ଆସନ୍ତା ଫେବୃଆରେ ୫ ତାରିଖରେ ଏହାର ପରବର୍ତୀ ବିଚାର ପାଇଁ ଦିନ ଧାର୍ଯ୍ୟ କରିଛନ୍ତି I ଦେଶ ଓ ଦେଶ ବାହାରେ ରହୁଥିବା ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀ ଆଗାମୀ ଦିନରେ କି ସଂସ୍କାର ହେଉଛି ତାକୁ ଦେଖିବାକୁ ଚାହିଁ ବସିଛନ୍ତି I କାରଣ ଦିନକୁ ଦିନ ଜଗନ୍ନାଥ ମନ୍ଦିରର ପରିଚାଳନାରେ ଅବ୍ୟବସ୍ଥା ଚରମ ସୀମାରେ ପହଂଚିଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More