ବିଜେପୁରରେ ପୂଜାଛୁଟି କାଟିବେ ନେତା …

0

ଭୁବନେଶ୍ୱର : ଅକ୍ୱୋବର ୨୧ ତାରିଖ ବିଜେପୁର ଉପ ନିର୍ବାଚନ । ଉପ ନିର୍ବାଚନ ମଇଦାନରେ ୫ଜଣ ପ୍ରାର୍ଥୀ । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଖାସ ସେଥିଲାଗି ବିଜେଡ଼ି-ବିଜେପି- ଓ କଂଗ୍ରେର ବରିଷ୍ଠ ନେତାମାନେ ଏବେ ବିଜେପୁରରେ ଡ଼େରା ପକାଇରହିଛନ୍ତି । ପ୍ରସ୍ତୁତ କରୁଛନ୍ତି ରଣନୀତି ଓ ରୁଦ୍ଧଦ୍ୱାରା ବୈଠକ କରି ଭୋଟ କିପରି ଆସିବ ସେନେଇ କର୍ମୀମାନଙ୍କୁ ପ୍ରିକ୍ଷଣ ଦେଉଛନ୍ତି ଦଳର ଚାଣକ୍ୟମାନେ । ଆଉ ଏହାରି ଭିତରେ ପୂଜା । ପୂଜାପାଇଁ ସବୁଠି ଉତ୍ସାହର ମାହୋଲ ଥିବା ବେଳେ ବିଜେପୁର ରାଜନୀତି କିନ୍ତୁ ସରଗମର । ସବୁ ଦଳର ନେତାଏ ଏଥର ପୂଜାରେ ନତଜର ନିଜର ନିର୍ବାର୍ଚନ ମଣ୍ଡଳୀ କି ପରିବାର ସହ କୁଆଡ଼େ ବୁଲିବାକୁ ନୁହେଁ, ବଂର ଗଡ଼ ଜିତିବା ପାଇଁ ବିଜେପୁରରେ ପୂଜା ଛୁଟି କାଟିବାକୁ ନିଷ୍ପତି ନେଇଛନ୍ତି । ଯେମିତି ଏଥର ପୂଜା ନେତାଙ୍କ ପାଇଁ ଫିକା ପଡ଼ିଯାଇଛି । ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ନେତାଏ ଇଚ୍ଛା ନଥିଲେ ବି ବିଜେପୁରରେ ଡ଼େରା ପକାଇ ରହୁଛନ୍ତି । କେବଳ ଭୋଟ ପାଇଁ । ବିଜେପୁରରେ ବି ଏଥର ପୂଜା ବିଭିନ୍ନ ସଂଗଠନ ବେଶ ଭଲରେ କାଟିବେ । ନିର୍ବାଚନ ସମୟ ହୋଇଥିବାରୁ ଭେରଜି ଭାତରେ ସମୟ କଟିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More