ଆସ୍ଥା ଭୋଟରେ ହାରିଲେ ନେପାଳର ପ୍ରଧାନମନ୍ତ୍ରୀ ଓଲି

0

ନେପାଳ : ବହୁ ଚର୍ଚ୍ଚିତ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଆସ୍ଥା ଭୋଟରେ ହାରିଯାଇଛନ୍ତି I ୨୭୫ ସଂଖ୍ୟା ବିଶିଷ୍ଟ ନେପାଳ ପାର୍ଲ୍ୟାମେଣ୍ଟରେ ଉପସ୍ଥାପନ ହୋଇଥିବା ଆସ୍ଥା ଭୋଟରେ ଗତକାଲି ସେ ହାରିଯାଇଛନ୍ତି I ଆସ୍ଥା ଭୋଟ ସପକ୍ଷରେ ଅର୍ଥାତ ଓଲିଙ୍କ ବିପକ୍ଷରେ ୧୨୪ଟି ଭୋଟ ପଡିଥିବାବେଳେ ଆସ୍ଥା ଭୋଟ ବିପକ୍ଷରେ ଅର୍ଥାତ ଓଲିଙ୍କ ସପକ୍ଷରେ ୯୩ଟି ଭୋଟ ପଡିଥିଲା I ସେହିପରି ୧୫ ଜଣ ସଦସ୍ୟ ଭୋଟ ଦେଇନଥିଲେ I ଏହାଫଳରେ ନେପାଳ ସମ୍ବିଧାନର ଧାରା ୧୦୦(୩) ଅନୁଯାୟୀ ପ୍ରଧାନମନ୍ତ୍ରୀ ଓଲି ତାଙ୍କ ପଦରୁ ଓହରି ଯାଇଛନ୍ତି I ଏଠାରେ ପ୍ରକାଶ ଥାଉକି ଶ୍ରୀ ଓଲି ଚୀନର ପ୍ରରୋଚନାରେ ଦୀର୍ଘ ଦିନ ଧରି ଭାରତ ବିରୁଦ୍ଧରେ ଷଡଯନ୍ତ୍ର ମନ କରୁଥିଲେ I ଏହାକୁ ନେପାଳର ବହୁ ବୁଦ୍ଧିଜୀବୀ ଓ ରାଜନୈତିକ ଦଳ ବିରୋଧ କରୁଥିଲେ ମଧ୍ୟ କୋୖଣସି ସୁଫଳ ମିଳୁନଥିଲା I ଶେଷରେ ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା ଶ୍ରୀ ପ୍ରଚଣ୍ଡ ତାଙ୍କର ସମର୍ଥନ ଓଲିଙ୍କ ଠାରୁ ପ୍ରତ୍ୟାହାର କଲା ପରେ ତାଙ୍କର ଏହି ଅବସ୍ଥା ହୋଇଛି I ବର୍ତ୍ତମାନ ରାଷ୍ଟ୍ରପତି ନୂତନ ପ୍ରଧାନମନ୍ତ୍ରୀ ବାଛିବା ପାଇଁ ନେପାଳ ପାର୍ଲ୍ୟାମେଣ୍ଟକୁ ପ୍ରସ୍ଥାବ ଦେଇଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More