ଖାରବେଳ ସ୍ୱାଇଁଙ୍କ ପ୍ରେସ୍ ମିଟ୍

0

ଭୁବନେଶ୍ୱର : ସ୍ୱାଧୀନତା ପରଠାରୁ ଓଡିଶାରେ SC/STଙ୍କୁ 38.75 ଭାଗ ଆରକ୍ଷଣ ଦିଆଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ 27 ବଦଳରେ 11.25 ଭାଗ ଦିଆଯାଉଛି ଓବିସିଙ୍କୁ । ପୂର୍ବରୁ ରାଜ୍ୟରେ 27ପ୍ରତିଶତ ଆରକ୍ଷଣ ଦିଆଯାଉଥିଲା । କିନ୍ତୁ ରାଜ୍ୟସରକାର ଏନେଇ ସୁପ୍ରିମ୍ କୋର୍ଟକୁ ଯାଇପାରିଥାନ୍ତେ । ମାତ୍ର କଲେନି । ପଛୁଆ ବର୍ଗଙ୍କୁ କିଛି ହକ୍ ମିଳୁ ସରକାର ଚାହୁଁନଥିଲେ । ସମ୍ବିଧାନର ହକ୍ ଦେବାକୁ ରାଜି ନୁହଁନ୍ତି । ଆମେ ରାଷ୍ଟ୍ରୀୟ ପଛୁଆ ବର୍ଗ କମିଶନଙ୍କ ନିକଟରେ ଫେରାଦ ହେଲୁ, କମିଶନ ଓଡିଶା ଆସିବା ପରେ ରାଜ୍ୟ ସରକାର ଭୟଭୀତ ହୋଇ ରାତି ଅଧିଆ କମିଶନ ଘୋଷଣା କଲେ । କର୍ଣ୍ଣାଟରେ 73, ତାମିଲନାଡୁରେ 69 ଭାଗ ଆରକ୍ଷଣ ଅଛି । ସେଠାରେ ଯଦି 50ଭାଗରୁ ଅଧିକ ଆରକ୍ଷଣ ମିଳୁଛି , ଓଡିଶାରେ କାହିଁକି ଲାଗୁ କରଆଯାଇପାରିବନି । ଦାବି କରୁଛୁ 27ପ୍ରତିଶତ ଆରକ୍ଷଣ ସରକାରୀ ଚାକିରୀ, ଉଚ୍ଚଶିକ୍ଷା ଓ ପଞ୍ଚାୟତ ଓ ମହାନଗର ନିଗମ ନିର୍ବାଚନରେ ସଂରକ୍ଷଣ ଦିଆଯାଉ । ନଚେତ ଓବିସି ଜାଗରଣ ଅଭିଯାନ ହେବ ଫେବୃଆରୀ 25ରୁ ସାରା ରାଜ୍ୟରେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More