ଆଜି ରାଷ୍ଟ୍ରପତି ନିର୍ବାଚନ ଫଳ ଘୋଷଣା|

ଦ୍ରୌପଦୀଙ୍କ ଗାଁ ଉତ୍ସବମୁଖର

0

ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି ପଦ ପାଇଁ ୧୮ ତାରିଖରେ ଅନୁଷ୍ଠିତ ନିର୍ବାଚନର ଭୋଟ ଗଣତି ଆସନ୍ତାକାଲି କରାଯିବ। ଗୁରୁବାର ପୂର୍ବାହ୍ଣ ୧୧ଟାରୁ ଗଣତି ଆରମ୍ଭ ହେବ। ଗଣତି ଶେଷ ହେବା ପରେ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି। ତେବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ
ବିଜେଡି, ୱାଇଏସଆର କଂଗ୍ରେସ, ଅକାଳୀ ଦଳ, ଜେଏମ୍‌ଏମ୍‌, ଶିବସେନା ଭଳି ଦଳ ଗୁଡିକ ସମର୍ଥନ ଦେଇଥିବାରୁ ଫଳାଫଳ ତାଙ୍କ ସପକ୍ଷରେ ଯିବା ଆଶା କରାଯାଉଛି। ଏହା ହେଲେ ଦେଶବାସୀ ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ରୂପେ ରାଇସିନା ହିଲ୍‌ରେ ଦେଖିବ।
ପ୍ରଥମେ ରିଟର୍ଣ୍ଣିଂ ଅଧିକାରୀ ବିଭିନ୍ନ ରାଜ୍ୟରୁ ଆସିଥିବା ବାଲଟ ପେପର ଗୁଡିକୁ ତାଲିକାଭୁକ୍ତକରି ଭଲ ଭାବେ ଯାଞ୍ଚ କରିବେ। ସାଂସଦମାନେ ସେମାନଙ୍କ ପ୍ରଥମ ପସନ୍ଦ ପ୍ରାର୍ଥୀଙ୍କୁ ସବୁଜ କାଳି(ଗ୍ରୀନ ପେନ୍‌) ଦ୍ୱାରା ଚୟନ କରିଥିବା ବେଳେ ବିଧାୟକମାନେ ଗୋଲାପୀ କାଳିରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସଂସଦର ଭୋଟ ଗଣତି କୋଠରୀରେ ଦୁଇଟି ଟ୍ରେ ରହିବ। ଦୁଇଜଣ ପ୍ରାର୍ଥୀ ଥିବାରୁ ଗୋଟିଏ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଉ ଗୋଟିଏ ଯଶୱନ୍ତ ସିହ୍ନାଙ୍କ ପାଇଁ ରହିବ। ପ୍ରଥମେ ବିଧାୟକ ମାନଙ୍କ ବାଲଟ ପେପର ସର୍ଟଲିଷ୍ଟ କରାଯିବା ପରେ ସାଂସଦଙ୍କ ବାଲଟ ପେପର ଏକାଠି କରାଯାଇ ଗଣତି ହେବ। ଏଥିପାଇଁ ସଂସଦ ଭବନର ୭୩ ନମ୍ବର କୋଠରୀ ବାହାରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି। ଗଣତି ଆରମ୍ଭ ହେବା ପରେ ଗଣମାଧ୍ୟମକୁ ନିୟମିତ ସୂଚନା ଦିଆଯିବ।
ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ସହର, ଦ୍ରୌପଦୀ ମୁର୍ମୁ ଜନ୍ମିତ ଗାଁ କୁସୁମୀ ବ୍ଲକର ଉପରବେଡା ଗାଁ ଓ ଶଶୁର ଘର ଗାଁ ପାହାଡପୁର ଉତ୍ସବ ମୁଖର ହୋଇପଡ଼ିଛି। ଏହି ସବୁ ସ୍ଥାନ ତଥା ଉପଖଣ୍ଡର ସମସ୍ତ ବ୍ଲକରେ ବିଜେପି ତରଫରୁ ସମସ୍ତଙ୍କୁ ସାମିଲ କରି ବିଜୟ ଉତ୍ସବ ଆନନ୍ଦଉଲ୍ଲାସର ପାଳନ କରିବା ପାଇଁ ବିଶେଷ ଆୟୋଜନ କରାଯାଇଛି

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More