ଗର୍ଭଜନିତ ରୋଗରୁ ଆଜିଠାରୁ ମୁକ୍ତି , ପଢନ୍ତୁ ଉପଶମର ଉପାୟ …(ପାର୍ଟ-୧)

0

ସୁସ୍ଥ ରହିବା ପାଇଁ ମନୁଷ୍ୟ ପ୍ରକୃତି ଉପରେ ନିର୍ଭର କଲେ ଏବଂ ସେହି ଅନୁପାତରେ ବୃକ୍ଷଲତାକୁ ଭଲପାଇଲେ ନିଶ୍ଚିତ ଭାବରେ ସୁସ୍ଥ ଜୀବନ ଓ ସୁଖୀ ଜୀବନ ବିତାଇପାରିବ । ଏଥି ସହିତ ଦୈନିନ୍ଦିନ ପ୍ରାଣାୟାମ ଓ ଯୋଗ ଅଭ୍ୟାସ କରିବା ଉଚିତ୍ । ଯେଉଁ ମଣିଷ ସମୟକୁ ଜଗି ଚଳେ, ନୀୟମିତ ଯାବତୀୟ ରୋଗ ହିଁ ତାକୁ ଦେଖି ତା ପାଖରୁ ଦୁରେଇ ଯାଏ ଫଳରେ ମଣିଷ ସୁସ୍ଥସବଳ ଅନୁଭବ କରେ । ଚାଲନ୍ତୁ ଆଜି ଆମ ମହିଳାଙ୍କ ଗର୍ଭ ଜନିତ ରୋଗ ତାର ଉପଶମ ସଂକ୍ରାନ୍ତରେ ଆଲୋଚନା କରିବା । ଗର୍ଭଜନିତ ବିଭିନ୍ନ ପ୍ରକାରର ରୋଗ ଅଛି ଆଜି ଆମେ ୧୫ଟି ବିଷୟ ଉପରେ ଆଲୋଚନା କରୁଛୁ ।

  • final-p-1
    ବାରମ୍ବାର ଗର୍ଭପାତ ହେଉଥିଲେ ଜବାଫୁଲ ୨ଟି ସହିତ ଅଧଗ୍ରାମ ବଟଚେର(ବରଗଛର ଚେର) ମିସାଇ ତାହାକୁ ବାଟି ଆରାଧ୍ୟ ଦେବତାଙ୍କୁ ସ୍ମରଣ କରି ଦିନକୁ ଥରେ ମାସିକ ସ୍ନାନ ପରେ ୭ଦିନ ପର୍ଯ୍ୟନ୍ତ ପାନ କଲେ ନିଶ୍ଚିତ ଗର୍ଭ ରହିଥାଏ ।
  • ମାଳତି ଫୁଲକୁ ବାଟି ଘୋଳ ଦହିରେ ମିଶାଇ ସେବନ କଲେ ପ୍ରସବ ହେତୁ ବଢିଥିବା ପେଟ ସଂଙ୍କୁଚିତ ହୁଏ ।
  • ଋତୁର ୩ଦିନ ୧୦-୧୨ ଗ୍ରାମ ଲେଖାଏଁ ଭୂଇଁ ଅଁଳାକୁ ବାଟି ସେବନ କରିବ ।
  • ମାସିକ ଋତୁ ସ୍ନାନ ପରେ ଛଡାଇ ଗୋବରକୁ ସଫା କନାରେ ଚିପୁଡି ତା ରସ ୧୦-୧୨ ଗ୍ରାମ ପ୍ରତିମାସରେ ଲାଗ ଲାଗ ୩ଦିନ ପିଇବ ।
  • କଳା ଦୁଦୁରା ଫୁଲକୁ ଶୁଖାଇ ଗୁଣ୍ଡକରି ସେହି ଗୁଣ୍ଡରୁ ୧୨୫ ମି.ଗ୍ରା. ପରିମାଣରେ ନେଇ ଅଳ୍ପ ମହୁ ସହିତ ମିଶାଇ ଶୁଦ୍ଧ ସ୍ନାନ ଦିନ ଠାରୁ ୭ଦିନ ପର୍ଯ୍ୟନ୍ତ ଦୁଇବେଳା ସେବନ କଲେ ବନ୍ଧ୍ୟା ସ୍ତ୍ରୀ ମାନଙ୍କ ଗର୍ଭୋଦୟ ହୋଇଥାଏ ।
  • ଋତୁ ସ୍ନାନ ପରେ ତିନୋଟି ପୋଦିନା ପତ୍ରକୁ ଛିଣ୍ଡାଇ ଆଘ୍ରାଣ କରି ତଳେ ପକାଇ ଦେଲେ ସେହି ସ୍ତ୍ରୀଲୋକର ସେହି ମାସରେ ଗର୍ଭସଂଚାର ହୁଏ ।
  • ଅକରାନ୍ତି ଗଛକୁ କୁଟି ପାଣିରେ ସିଝାଇ ଥଣ୍ଡାକରି ଛାଣି ପିରିଅଡ ପରେ ୭ଦିନ ପର୍ଯ୍ୟନ୍ତ ପିଇଲେ ପିଲା ରୁହେ ।
  • ଦାସ କେରେଣ୍ଡା ଚେର ୧୦ଗ୍ରାମକୁ ଛେଚି ରସ ବାହାର କରି ଗାଇକ୍ଷୀର ସହିତ ସ୍ତ୍ରୀ ଓ ପୁରୁଷ ଉଭୟ ୩ଦିନ ପର୍ଯ୍ୟନ୍ତ ପିଇଲେ ସ୍ତ୍ରୀ ଗର୍ଭ ସଂଚାର ହୁଏ ।
  • ଯମୁନା ମୃତ ଓ ଅଶ୍ୱଗନ୍ଧା କିଛିଦିନ ପର୍ଯ୍ୟନ୍ତ ଖାଇଲେ ପିଲା ରୁହେ ।
  • ପୁରୁଷ କମଜୋରି ପାଇଁ କ୍ଷୀରରେ ସତାବରୀ ଚୁଣ୍ଣ ଓ ଅଶ୍ୱଗନ୍ଧା ଚୂଣ୍ଣ ମିଶାଇ ସକାଳେ ସନ୍ଧ୍ୟାରେ ପିଇବ ।
  • ମୁତଲଥା ଯଷ୍ଟିମଧୁ ଓ ଗମ୍ଭାରୀ ଛେଳିକୁ ସିଝାଇ ସେହି ପାଣିକୁ ଛାଣି ପିଇଲେ ପିଲା ହୁଏ ।
  • ଗର୍ଭାଶୟ ଦୋଷ ପାଇଁ ମହାନିମ୍ବ ପତ୍ର ରସ ପିଇଲେ ଆପଣଙ୍କ ପାଇଁ ଭଲ କାମ ଦେବ ସୁଫଳ ପାଇବେ ।
  • ପୁରୁଷଙ୍କ କମଜୋରୀ ପାଇଁ ବାହାଡା ଖୋଳ ଗୁଣ୍ଡ କରି ସକାଳ ଓ ସନ୍ଧ୍ୟାରେ ଏକ ଚାମଚ ମାତ୍ରାରେ କ୍ଷୀର ସହିତ ଖାଇବ ।
  • ସ୍ତ୍ରୀ ଲୋକଙ୍କ ପାଇଁ ଶିବଲିଙ୍ଗ ମଞ୍ଜି ଓ ପୁତ୍ରଦିବଙ୍କ ମଞ୍ଜିକୁ ଗୁଣ୍ଡ କରି ଦୁଇ ଚାମଚ କରି ସକାଳେ ସନ୍ଧ୍ୟାରେ କ୍ଷୀର ସହିତ ଖାଇବ ଓ ଦଶ ମୂଳ ବାତା ପିଇବ । ( ପାଣିରେ ଏକଚାମଚ ମିସାଇ ଗରମ କରି ଛାଣି କରି ପିଇବ)
  • ଅଶ୍ୱଗନ୍ଧା ଚୂଣ୍ଣରେ ଗାଇ ଘିଅ ମିସାଇ ମାସିକ ଧର୍ମ ସ୍ନାନ ପରେ ପ୍ରତିଦିନ ଗାଇକ୍ଷୀର ସହିତ କିମ୍ବା ପାଣି ସହିତ ୪-୬ ଗ୍ରାମ ମାତ୍ରାରେ ମାସକ ପର୍ଯ୍ୟନ୍ତ ନିରନ୍ତର ସେବନ କଲେ ସ୍ତ୍ରୀ ଅବଶ୍ୟ ଗର୍ଭ ଧାରଣ କରିଥାଏ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More