ପ୍ରଦୀପ ମହାରଥୀଙ୍କ ପ୍ରଶ୍ନ ବନାମ ପ୍ରତାପ ଜେନାଙ୍କ ଉତ୍ତର

0

ଭୁବନେଶ୍ୱର : ଆଜି ବିଧାନସଭାରେ ପଞ୍ଚାୟତିରାଜମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ । ପଞ୍ଚାୟତିରାଜମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ 2020 ସୁଦ୍ଧା ରାଜ୍ୟର ପ୍ରତି ଘରକୁ ପାନୀୟ ଜଳ ଯୋଗାଇବାର ପ୍ରତିଶୃତି ଦେଇଥିଲେ । ସେହି ପରିପ୍ରେକ୍ଷୀରେ ପ୍ରଦୀପ ମହାରଥୀଙ୍କ ପ୍ରଶ୍ନ ହେଉଛି-
1. ମନ୍ତ୍ରୀ ବାରମ୍ବାର ତୁରନ୍ତ କାମ କହୁଥିବା କଥାର ସଂଜ୍ଞା କଣ ?
2. ବକିଥିବା 27882 କେଉଁ ପଦ୍ଧତିରେ, କେନ୍ଦ୍ର ନା ରାଜ୍ୟ ଯୋଜନାରେ ପାନୀୟ ଜଳ ଯୋଗାଇବେ ? କେବଳ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ପାର ହେଲେ ଚାଲିବ ନାହିଁ !
ପଞ୍ଚାୟତିରାଜମନ୍ତ୍ରୀ ପ୍ରାତପ ଜେନାଙ୍କ ଉତ୍ତର –
୧. 2024-25 ସୁଦ୍ଧା ରାଜ୍ୟର ସମସ୍ତ ଘରକୁ ପାନୀୟ ଜଳ ଯୋଗାଇବା କଥା କହିଥିଲୁ । ଏ ନେଇ କାମ ଆରମ୍ଭ ହେଲାଣି । 2020 ମାର୍ଚ୍ଚ ସୁଦ୍ଧା ସହରାଞ୍ଚଳର ସମସ୍ତ ଘରକୁ ପାନୀୟ ଜଳ ଯୋଗାଇବା କଥା କହିଥିଲୁ । ପ୍ରତି ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ବିଚାର କରୁଛନ୍ତି ।
୨. 17372 କୋଟି ଟଙ୍କା ବ୍ୟୟବରାଦ ହୋଇଛି । କେନ୍ଦ୍ର କେବଳ 549 କୋଟି ଟଙ୍କା ଦେଇଛି । ସେହି ଅନୁସାରେ କାମ ଚାଲିଛି । ତୁରନ୍ତ ସମାଧାନ ହେବାର ଅର୍ଥ ହେଉଛି ମରାମତି, ପୁଣି ପାଇପ ଲଗାଇବା । ଆମେ ସବୁ ମେଗା ପାନୀୟ ପ୍ରକଳ୍ପ ସହ ସଂଯୋଗ କରିବୁ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More