କୋର୍ଟ ଗଲେ ପ୍ରତାପ ଷଡଙ୍ଗୀ

0

ଗତ କାଲି ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏସସି ଓ ଏସଟି ଆକ୍ଟ ବଳରେ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା । ୨୦୦୪ରେ ଏକ ଶବଦାହ ଏବଂ ୨୦୧୧ରେ ଧାରଣା ମାମଲାରେ ତାଙ୍କୁ ଭୁବନେଶ୍ୱର କୋର୍ଟ ପକ୍ଷରୁ ସମନ ଜାରି ହୋଇଥିଲା । କୋର୍ଟରୁ ଫେରିବା ପରେ ଶ୍ରୀ ଷଡଙ୍ଗୀ କହିଛନ୍ତି, ଏବେ ମାମଲା ବିଚରାଧୀନ ରହିଛି । ତେଣୁ ଏ ସଂପର୍କରେ କୌଣସି ମନ୍ତବ୍ୟ ଦେବା ମୋ ପକ୍ଷରେ ସମ୍ଭବପର ନୁହେଁ । ମୋ ବିରୁଦ୍ଧରେ ହୋଇଥିବା ମାମଲା ଏକ କପୋଳକଳ୍ପିତ । ଏଭଳି ଘଟଣା ଆଦୌ ଘଟି ନାହିଁ । ମୁଁ ଦୋଷୀ ନୁହେଁ ତେଣୁ ଭୟ କରିବାର କୌଣସି ପ୍ରଶ୍ନ ଉଠୁ ନାହିଁ । ସତ୍ୟର ବିଜୟ ହେବ । କେବଳ ସମୟକୁ ଅପେକ୍ଷା । ସୁଚନା ଆନୁଯାୟୀ, ଏସସି ଓ ଏସଟି ଆକ୍ଟ ବଳରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନାମରେ ପୁର୍ବରୁ ନୀଳଗିରି ଏସଡିଜିଏମ୍ କୋର୍ଟ ଓ ବାଲେଶ୍ୱର ଆଡିସିନାଲ ସେସନ୍ ଜଜ୍ କୋର୍ଟରେ ବିଚାରାଧୀନ ଥିଲା । ଏବେ ଏହି ଦୁଇଟି ମୋକଦ୍ଦମାକୁ ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟକୁ ସ୍ଥାନାନ୍ତର କରାଯାଇଛି । କେବଳ ଶୁକ୍ରବାର ଦିନ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଥିଲା । କୋର୍ଟରେ ହାଜର ହେବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଆସନ୍ତା ୯ ତାରିଖରେ ସମସ୍ତ ଅଭିଯୋଗକାରୀ ଓ ସାକ୍ଷୀ ଉପସ୍ଥିତ ରହି ନିଜ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More