ମୋତେ ରାଜ୍ୟସଭା ପଠାଅ : ପ୍ରସନ୍ନ ପାଟ୍ଟଶାଣୀ

0

ଭୁବନେଶ୍ୱର : ଏପ୍ରିଲ ମାସରେ ୪ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ଏହି ୪ଟି ଆସନ ମଧ୍ୟରୁ ଗୋଟିଏ ଆସନରେ ରାଜ୍ୟସଭାକୁ ଯିବା ପାଇଁ ବ୍ୟାକୁଳ ହେଲେଣି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଭୁବନେଶ୍ୱର ସାସଂଦ ପ୍ରଶନ୍ନ ପାଟଶାଣୀ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପ୍ରଶନ୍ନ ପାଟ୍ଟଶାଣୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହନ୍ତି ତାହା କରନ୍ତି ,ମୋତେ ରାଜ୍ୟସଭା ପଠାଇବେ ବୋଲି କହିଛନ୍ତି ତେଣୁ ମୋତେ ପଠାଇବେ ମୋର ବିଶ୍ୱାସ ବୋଲି ସେ କହିଛନ୍ତି । ଏହା ସହ ତାଙ୍କ ମନରେ ସନ୍ଦେହ ମଧ୍ୟ ରହିଛି । ତାଙ୍କ କାରଣ ପୂର୍ବରୁ ଖାଲି ପଡିଥିବା ଦୁଇଟି ରାଜ୍ୟସଭା ଆସନରୁ ସସ୍ମିତ ପାତ୍ରଙ୍କୁ ଦଳ ପଠାଇ ଥିବା ବେଳେ ଅନ୍ୟ ଆସନରେ ବିଜେପି ପାର୍ଥୀ ଅଶ୍ଵନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ଦଳ ।ସେତେବେଳେ ପାଟ୍ଟଶାଣୀ ନିରାଷ ହୋଇଥିଲେ । ଏବେ ପୁଣି ରାଜ୍ୟ ସଭା ଅନୁଷ୍ଠିତ ଆସନ ଖଣ୍ଡେ ପାଇଁ ପାଟ୍ଟଶାଣୀ ପୁଣିଥରେ ଆଶାରେ ଅଛନ୍ତି । ନିରାଶ ହେବନି ତ ?

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More