ପ୍ରଣବଙ୍କ ନେତୃତ୍ୱରେ ରାଜ୍ୟରେ ରକ୍ତ ସଙ୍କଟ ଦୂର କରିବାକୁ ଅଣ୍ଟା ଭିଡ଼ିଛି ବିଜେଡି

0

ଭୁବନେଶ୍ୱର : ଏବେ ଦିନକୁ ଦିନକୁ କରୋନା ଅଧିକ ଭୟଙ୍କର ହେଉଛି। ଦେଶ ତଥା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଏମିତି ସଙ୍କଟ ସମୟରେ ରାଜ୍ୟର ଅନେକ ରକ୍ତ ଭଣ୍ଡାର ବନ୍ଦ ହେବାକୁ ବସିଲାଣି । କାରଣ ରକ୍ତ ଭଣ୍ଡାରରେ ରକ୍ତ ନା ହିଁ। ହେଲେ ଏହି ସଂକଟକୁ ଦୂର କରିବାକୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ଯାହାର ଦାୟିତ୍ୱ ନେଇଛନ୍ତି ଖୋଦ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ମହାକାଳପଡ଼ା ବିଧାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ ।

ଆଜି ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ମହାମାରୀ ସମୟରେ ଯେପରି ରକ୍ତର ଅଭାବ ନ ରୁହେ, ସେ ନେଇ ବ୍ୟାପକ ଭାବେ ରକ୍ତଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ସବୁ ଦଳୀୟ ଓ ରାଜନୈତିକ କାର୍ଯ୍ୟକ୍ରମକୁ ଏହି ସଙ୍କଟ ସମୟରେ ବିଜେଡି ବନ୍ଦ ରଖିଛି । ହେଲେ ରକ୍ତଦାନ ପାଇଁ ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ଜାରି ରହିଛି । ମୁଖ୍ୟମନ୍ତ୍ରୀ ସବୁବେଳେ ଓଡ଼ିଶାବାସୀଙ୍କ ପାଇଁ ଚିନ୍ତାର । ବର୍ତ୍ତମାନର ରକ୍ତ ସଙ୍କଟ ସମୟରେ ସେ ଦଳୀୟ କର୍ମୀଙ୍କୁ ରକ୍ତ ସଙ୍କଟ ଦୂର କରିବାକୁ ଆହ୍ୱାନ କରିଛନ୍ତି । ଦଳୀୟ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି । ଯାହାର ନେତୃତ୍ୱ ପ୍ରଣବ ପ୍ରକାଶ ଦାସ ନେଇଛନ୍ତି । ସେ ପୂର୍ବରୁ ମଧ୍ୟ ଯାଜପୁରଠାରୁ ଆରମ୍ଭ କରି ମୟୁରଭଞ୍ଜ ଓ ବାଲେଶ୍ବର ଠାରୁ ଆରମ୍ଭ କରି ବାରିପଦା । ସବୁଠି ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି । ଯେମିତି ରକ୍ତ ଅଭାବରେ କାହାର ପ୍ରାଣ ହାନି ତାକୁ ବେଶି ଫୋକସ କରିଛନ୍ତି ବବି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More