ଦେବଦୂତଙ୍କୁ ବବିଙ୍କ ନମନ

0

ଭୁବନେଶ୍ୱର : ଜନତା କର୍ଫ୍ୟୁକୁ ସମର୍ଥନ କରି ସାରା ଦେଶ ରବିବାର ଘରେ ରହିଲେ । ହେଲେ ଜରୁରୀକାଳୀନ ସେବା ଯୋଗାଇବାକୁ କିଛି କର୍ମଜୀବୀ ରାସ୍ତାରେ ରାଷ୍ଟ୍ରୀୟ ସେବାରେ ଲାଗି ପଡ଼ିଛନ୍ତି । ସନ୍ଧ୍ୟା 5ଟାରେ ସାରା ଦେଶ ଘଣ୍ଟ, ଥାଳି ଓ ତାଳି ବଜାଇ ଏହି ରାଷ୍ଟ୍ରୀୟ ସେବକଙ୍କୁ ସମ୍ମାନ ଜଣାଇଲେ ।
ତେବେ ଏହି ରାଷ୍ଟ୍ରୀୟ ସେବକ ଥିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ @ ବବିଙ୍କ ପାଇଁ ଭଗବାନ । ସେମାନଙ୍କୁ ଦେବଦୂତର ଆଖ୍ୟା ଦେଇ ନିଜ ଭୁବନେଶ୍ୱରର ସୂର୍ଯ୍ୟନଗର ବାସଭବନ ବାଲକୋନିରେ ତାଳି ବଜାଇଲେ । ପ୍ରକୃତରେ ଏମାନେ ଦେବଦୂତ । ଯେଉଁମାନେ ପରିବାରକୁ ଛାଡ଼ି ରାଜ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି । ହୁଏତ ତ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସମ୍ମାନ ଦେଇଥିବେ ଲୋକେ, ହେଲେ ବବିଙ୍କ ପାଇଁ ଏମାନେ ମଣିଷ ରୂପରେ ଦେବତା । ବ୍ୟାନରରେ ଏମାନଙ୍କୁ angel ଲେଖି ବବି ଜଣାଇଛନ୍ତି ଯେ ଭଗବାନ ସବୁ ସ୍ଥାନରେ ଗୋଟିଏ ସମୟରେ ରହିପାରିବେନି । ସେଥିପାଇଁ ଏପରି ଦେବଦୂତଙ୍କୁ ପୃଥିବୀକୁ ମାନବସେବା ପାଇଁ ଭଗବାନ ପଠାଇଛନ୍ତି । ସମସ୍ତଙ୍କ ମନରେ ଏମାନେ ସେବକ ଥିଲେ । ହେଲେ ଯେପରି ଗୁଣ ଚିଂହେ ଗୁଣିଆ, ଠିକ ସେହିପରି ଆପତ୍ତକାଳରେ ସେବା ଯୋଗାଉଥିବା ଲୋକଙ୍କୁ ଭଗବାନ କହିବା ବବିଙ୍କ ବିରଳ ବ୍ୟକ୍ତିତ୍ୱର ପରିଚୟ ଦେଇଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More