ଓଡ଼ିଶାରେ ପହଞ୍ଚିଲେ ସୁନା ପୁଅ ପ୍ରମୋଦ, ବିମାନ ବନ୍ଦରରେ ଦିଆଗଲା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

0

ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ ଓ ଅର୍ଜୁନ ଆୱାର୍ଡ ସହ ଓଡ଼ିଶା ଫେରିଲେ ସୁନା ପୁଅ ପ୍ରମୋଦ ଭଗତ । ନିକଟରେ ସ୍ୱିଜରଲାଣ୍ଡର ବାସେଲଠାରେ ଅନୁଷ୍ଠିତ ପାରା-ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପରେ ୨ ଟି ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିଲେ ପ୍ରମୋଦ । ସେ ଏକମାତ୍ର ଭାରତୀୟ ଭାବେ ବିଶ୍ୱ ପାରା ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ଏପର୍ଯ୍ୟନ୍ତ ତିନୋଟି ସ୍ଵର୍ଣ ପଦକ ପାଇ ସାରିଛନ୍ତି । ଆକର୍ଷଣୀୟ ପ୍ରଦର୍ଶନ ପାଇଁ ତାଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟର ପ୍ରଥମ ପାରା-କ୍ରୀଡ଼ାବିତ ଭାବେ ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଛନ୍ତି।ପୁରସ୍କାର ସ୍ୱରୂପ ୫ଲକ୍ଷ ଟଙ୍କା, ଏକ ମାନପତ୍ର ଓ ଫଳକ ପ୍ରମୋଦଙ୍କୁ ପ୍ରଦାନ କରାଯାଇଛି । ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି…

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More