ପ୍ରକାଶ ଙ୍କ ହାଇକମାଣ୍ଡ କିଏ : ନବୀନ ନା ରାହୁଲ …?

0

କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ହାଇକମାଣ୍ଡା କିଏ..? ଏହାକୁ ନେଇ ଏବେ ଆରମ୍ଭ ହୋଇଛି ବିତର୍କ I ୨୦୧୯ ନିର୍ବାଚନ ହାଇକମାଣ୍ଡ ନିଷ୍ପତିନେଲେ ନିର୍ବାଚନ ଲଢ଼ିବେ ବୋଲି ଷୋମବାର ସାଲେପୁର ବିଧାୟକ ପ୍ରକାଶ ବେହେରା ସଚିବାଳୟରେ କହିଥିଲେ I କେବଳ ସେତିକି ନୁହେଁ ୨୦ ବର୍ଷ ବିଜେଡି ଭଲ କାମ କରୁଛି ବୋଲି ପ୍ରକାଶ ବେହେରା କହିଥିଲେ I କଂଗ୍ରେସରେ ଥାଇ ବିଜେଡିକୁ ପ୍ରଶଂସା କରିବା ପ୍ରକାଶଙ୍କ ପାଇଁ କିଛି ନୂଆ କଥା ନୁହେଁ I ଚର୍ଚା ହେଉଛି ନବ ଦାସଙ୍କ ପରେ ପ୍ରକାଶ ବେହେରା ବିଜେଡିରେ ସାମିଲ ହେବେ I ତେବେ ପ୍ରକାଶଙ୍କର ବର୍ତମାନର ହାଇକମାଣ୍ଡ କିଏ ତାହା ସେ ସ୍ପଷ୍ଟ କରିନାହାନ୍ତି ସାମ୍ବାଦିକ ମାନଙ୍କୁ I କଂଗ୍ରେସ ହାଇକମାଣ୍ଡ କହିଲେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ବୁଝାଏ I ତେବେ ଏମାନଙ୍କ ନା କିନ୍ତୁ ଧରି ନଥିଲେ ପ୍ରକାଶ I ଲାଗୁଚି ଯେମିତି ପ୍ରକାଶଙ୍କ ନୂଆ ହାଇକମାଣ୍ଡ ହେଉଛନ୍ତି ବିଜେଡି ହାଇକମାଣ୍ଡ ନବୀନ ପଟ୍ଟନାୟକ I ଯାହା ପ୍ରକାଶଙ୍କ କଥାରୁ ସ୍ପଷ୍ଟ ଜଣା ପଡୁଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More