କ୍ରିକେଟ୍ରର ସମସ୍ତ ଫର୍ମାଟରୁ ପ୍ରଜ୍ଞାନ ଓଝାଙ୍କ ଅବସର ଘୋଷଣା

0

ଭୁବନେଶ୍ୱର : କ୍ରିକେଟର ସମସ୍ତ ଫର୍ମାଟରୁ ଆଜି ଅବସର ଘୋଷଣା କରିଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା । ଅବସର ନେଇ ଟୁଇଟ ଜରିଆରେ ସେ ଏକ ପତ୍ର ସେୟାର କରିଛନ୍ତି । ଏହି ପତ୍ର ମାଧ୍ୟମରେ ସେ ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରୁଥିବା ଉଲ୍ଲେଖ କରିଛନ୍ତି । ଏଥି ସହିତ ଏହି ପତ୍ରରେ ପ୍ରଜ୍ଞାନ ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ବେଙ୍ଗଲ କ୍ରିକେଟ୍ ଆସୋସିଏସନ, ଟିମ ସହକର୍ମୀ ଭିଭିଏସ ଲକ୍ଷ୍ମଣ, ଭେଙ୍କଟପତି ରାଜୁ ,ଧୋନି ଓ କ୍ରିକେଟ ପ୍ରେମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ପାଇଁ ପ୍ରଜ୍ଞାନ ୧୪ ବର୍ଷ କ୍ରିକେଟ ଖେଳିଛନ୍ତି । ମୋଟ ୨୪ଟି ଟେଷ୍ଟ ଖେଳି ୧୧୩ଟି ଓ୍ଵିକେଟ ,ମୋଟ ୧୮ଟି ଦିନିକିଆ ଖେଳି ମୋଟ ୨୧ଟି ଓ୍ଵିକେଟ ହାସଲ କରିଛନ୍ତି ପ୍ରଜ୍ଞାନ I ସେହିପରି ୯୨ଟି IPL ରେ ୮୯ଟି ଓ୍ଵିକେଟ ହାସଲ କରିଛନ୍ତି ପ୍ରଜ୍ଞାନ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More