ବିରୋଧୀ ଦଳ ନେତାଙ୍କ ତଥ୍ୟକୁ ନେଇ ଘେରିଲା ବିଜେଡି

0

ଭୁବନେଶ୍ୱର : ଶୂନ୍ୟକାଳରେ ବେକାରୀ ସମସ୍ୟା କଥା ଉଠାଇ ସରକାର ଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ୨୨ ଲକ୍ଷ ୫୭ ହଜାର ବେକାରଙ୍କ ନାଁ ପଞ୍ଜିକରଣ କରିଥିଲେ । ସରକାର ନିଯୁକ୍ତି ଦେଇଛନ୍ତି ମାତ୍ର 26 ହଜାର ପିଲାଙ୍କୁ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସବୁଠୁ ଅଧିକ ୫୫,୫୫୬ ବେକାରୀ । କେନ୍ଦ୍ର ଦେଉଥିବା ପଇସାର ସୁଧରେ ଯୋଜନା ଚଳାଉଛନ୍ତି । 30 ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ କେନ୍ଦ୍ରର ସୁଧ ପଇସାରେ ଚାଲିଛି । ବିରୋଧୀ ଦଳ ନେତା ଅସତ୍ୟ କହୁଛନ୍ତି ବୋଲି ଅଭିଯୋଗ କଲେ ବିଜେଡି ବିଧାୟକ ପ୍ରଦୀପ ଅମାତ । ଗୃହ କୁ ବିଭ୍ରାନ୍ତ କରନ୍ତୁ ନାହିଁ । କିଛି ସମୟ ପାଇଁ ହଟ୍ଟଗୋଳ ।
ପାପର ଭଣ୍ଡାର ପୁରିଛି । ଫାଟିବାର ବେଳ ଆସିଲାଣି । ସେଇଥିପାଇଁ ଚିତ୍କାର କରୁଛନ୍ତି । ପ୍ରଦୀପ୍ତ ନାଏକ
ବିରୋଧୀ ଦଳ ନେତାଙ୍କ କଥାକୁ ଜୋରଦାର ବିରୋଧ କଲେ ବିଜେଡି ବିଧାୟକ ପ୍ରଦୀପ ଅମାତ, ଅମର ଶତପଥୀ, ଭୁପିନ୍ଦର ସିଂ । ପ୍ରଶ୍ନ କଲେ କେନ୍ଦ୍ରର କେତେ ଟଙ୍କାର କେତେ ସୁଧରେ ଆଦର୍ଶ ବିଦ୍ୟାଳୟ ଚାଲିଛି ପ୍ରମାଣ ଦିଅ ।
ବାଚସ୍ପତି ଙ୍କ ରୁଲିଂ – ବିରୋଧୀ ଦଳ ନେତା ତଥ୍ୟ ପ୍ରମାଣ ସହ ସ୍ପଷ୍ଟୀକରଣ ଦେବେ କେତେ ଟଙ୍କା ସୁଧରେ ଆଦର୍ଶ ସ୍କୁଲ ଚାଲିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More