ସ୍ଥାନୀୟ ପୋଲିସ୍‌ ବିରୋଧରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଙ୍ଗୀନ ଅଭିଯୋଗ : ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ସଚିବ ଓ ପୋଲିସ୍‌ ଡିଜିଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ

0

ଭୁବନେଶ୍ୱର : ସ୍ଥାନୀୟ ପୋଲିସ୍‌ ବିରୋଧରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ସଚିବ ଓ ପୋଲିସ୍‌ ଡିଜିଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିର ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସମର୍ଥକ ଓ ସମ୍ପର୍କୀୟ ଲୋକଙ୍କୁ ପୋଲିସ ହଇରାଣ କରୁଛି । ସେମାନଙ୍କ ଉପରେ ଥାର୍ଡ ଡିଗ୍ରୀ ଦିଆଯାଉଥିବା ପ୍ରଦୀପ ଅଭିଯୋଗ କରିଛନ୍ତି । ଏହା ସହ ପୁରୀ ହାଜତ ମୃତ୍ୟୁ, ଆଠଗଡ ଚାଷୀ ଆତ୍ମାହୂତି ଉଦ୍ୟମ ପ୍ରସଙ୍ଗ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ସ୍ଥାନୀୟ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ କାମ କରିବା ସହ ମୋ ଲୋକଙ୍କ ଉପରେ ଚାପ ପକାଉଛି ବୋଲି ପ୍ରଦୀପ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।
ଅନ୍ୟପଟେ ଚାଟାର୍ଡ ଫ୍ଲାଇଟରେ ଗସ୍ତ ନେଇ ମୁହଁ ଖୋଲିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି ଯେ, ‘ଯଦି ମୁଁ କୋଭିଡ ସମୟରେ ବୁଲୁଥିଲି, ସେତେବେଳେ ସରକାର କହିଲେନି । ଏବେ ସରକାର ବୁଲିବା କଥା କାହିଁକି କହୁଛନ୍ତି । ଡିଜିସିଏ ଓ ଏୟାରପୋର୍ଟ ଅଥରିଟିଙ୍କ ଅନୁମତି କ୍ରମେ ମୁଁ ଗସ୍ତ କରିଛି । ଏଥିରେ କିଛି ଅସୁବିଧା ନାହିଁ, ମୁଁ ଭୁଲ କରିନି ।’ ତେବେ ପୁନେ ଯାଇଥିବା କଥା ସ୍ପଷ୍ଟ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More