ବିଦ୍ୟୁତ ଶ୍ରମିକମାନେ କରିବେ ବଡ ଧର୍ମଘଟ |

0

ରାଜ୍ୟର ବିଦ୍ୟୁତ ଶ୍ରମିକ/କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ଦାବି ନେଇ ଦୀର୍ଘ ଦିନ ଧରି ରାଜ୍ୟ ସରକାର, ବିଦ୍ୟୁତ ବିଭାଗର ବିଭିନ୍ନ କମ୍ପାନୀର କର୍ମକର୍ତ୍ତାମାନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଆସୁଥିଲେ ମଧ୍ୟ ସେମାନଙ୍କର ମୁଖ୍ୟ ଦାବି ଟେକ୍ନିକାଲ କର୍ମଚାରୀ ଓ ଆଡମିନିସ୍ଟ୍ରେଟିଭ କର୍ମଚାରୀ ମାନଙ୍କ ମଧ୍ୟରେ ଥିବା ତାରତମ୍ୟର ସମୀକରଣ ପାଇଁ ୨୦୧୫ ମସିହାରୁ ଯେଉଁ ଦାବି କରି ଆସୁଥିଲେ ସେସବୁର ସ୍ଥାୟୀ ନିଷ୍ପତ୍ତି ନହେବା ଫଳରେ ଆସନ୍ତା ୧୬/୦୫/୨୦୨୩ ଦିନଠାରୁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନେଇଛନ୍ତି |
ଆସନ୍ତା ୦୯/୦୫/୨୦୨୩ ତାରିଖରୁ ଓପିଟିସିଏଲ ର ପ୍ରତ୍ୟେକ ଜୋନ ଅଫିସ ଓ ମୁଖ୍ୟ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରାଯିବା ବିଷୟ ସ୍ଥିର କରାଯାଇଛି ଓ ସେହି ଦିନ ଠାରୁ କଳା ବ୍ୟାଚ ପିନ୍ଧିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଏକତା ମଞ୍ଚର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More