୨୦୨୦ ମସିହାରେ ଇଣ୍ଡିଆ ରେସିଡେଣ୍ଟାଲ ଏନର୍ଜି ସର୍ଭେରେ ପ୍ରକାଶିତ ତଥ୍ୟ ଆନୁଯାୟୀ ରାଜ୍ୟମାନଙ୍କରେ ହେଉଥିବା ବିଦ୍ୟୁତ କାଟ ତଥ୍ୟ ପ୍ରକାଶ ପାଇଛି

lokashakti bureau

0

ଭୁବନେଶ୍ୱର : ଦେଶରେ ବିଭିନ୍ନ ରାଜ୍ୟରେ ବିଦ୍ୟୁତ କାଟ ସଂକ୍ରାନ୍ତୀୟ ତଥ୍ୟ ନୂଆଦିଲ୍ଲୀ ସ୍ଥିତ ଶକ୍ତି ପରିବେଶ ଓ ଜଳ ପରିଚାଳନା ଘରୋଇ କ୍ଷେତ୍ରରେ ଶକ୍ତି ବ୍ୟବହାର ସମ୍ପର୍କରେ ୨୦୨୦ ମସିହାରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି | ଏହି ରିପୋର୍ଟ ଆଧାରରେ ପ୍ରକାଶ ପାଇଛି ଯେ, ଆମ ଦେଶରେ ଜାତୀୟ ସ୍ତରରେ ଯେଉଁ ଆକଳନ କରାଯାଇଛି , ସେଥିରେ ଦିନକୁ ହାରାହାରି ୧ ଘଣ୍ଟା ୪୦ ମିନିଟ ପାୱାର କାଟ ହେଉଥିବା ବେଳେ ଗ୍ରାମାଞ୍ଚଳରେ ଏହା ହାରାହାରି ୪ ଘଣ୍ଟା ବିଦ୍ୟୁତ କାଟ ହୁଏ | ଦେଶର ଉତ୍ତର ପ୍ରଦେଶରେ ଏହି ବିଦ୍ୟୁତ କାଟ ଗ୍ରାମାଞ୍ଚଳରେ ୮ ଘଣ୍ଟା ହୋଇଥାଏ | ସେହି ରିପୋର୍ଟ ଆଧାରରୁ ଜଣାପଡିଛି ୨୦୨୦ ମସିହାରେ ଓଡ଼ିଶାରେ ହାରାହାରି ଗ୍ରାମାଞ୍ଚଳରେ ୪ ଘଣ୍ଟା ୧୦ ମିନିଟ ଓ ସହରାଞ୍ଚଳରେ ୧ ଘଣ୍ଟା ୩୦ ମିନିଟ ରହିଆସିଛି | ବର୍ତ୍ତମାନ ପ୍ରଶ୍ନ ଉଠୁଛି , ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ହେଉଥିବାବେଳେଏହି ସମସ୍ୟା କାହିଁକି ସୃଷ୍ଟି ହେଉଛି | ଏହା ପ୍ରତେକ ବିଦ୍ୟୁତ ଗ୍ରାହକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି | ନିକଟରେ ଶକ୍ତି ଭିଭାଗ ସଂକ୍ରାନ୍ତୀୟ ବିଧାନସଭା ଗୃହ କମିଟି ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ସମସ୍ତେ ଏହାଉପରେ ଉତବେଗ ପ୍ରକାଶ କରିଥିଲେ | ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଦିନରେ ବିଦ୍ୟୁତ କାଟ ନକରିବା ଲାଗି ବିଦ୍ୟୁତ ବିଭାଗର ସମସ୍ତ କମ୍ପାନୀ ବୈଠକରେ ନିଷ୍ପତି ନେଇ ନିର୍ଦେଶ ଦେଇଥିଲେ | ଏହା ସତ୍ୱେ ମଧ୍ୟ ବିଦ୍ୟୁତ କାଟ ହେଉଛି |

ଟାଟା ପାୱାର ରାଜ୍ୟରେ ବିଦ୍ୟୁତ ବିତ୍ତରଣ ଦାୟିତ୍ୱ ୨୦୨୦ ମସିହାରେ ନେଲା ପରେ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଲାଇନ ଓ ସବଷ୍ଟେସନ ଗୁଡିକ ଠିକଣା ଭାବରେ ହୋଇନଥିବା ଯୋଗୁଁ ଦୁର୍ଘଟଣା ଜନିତ ମୁର୍ତ୍ୟୁ ଗଲା ୧୦ ବର୍ଷରେ ବଢିଛି | ବିଦ୍ୟୁତ କାଟ ବାରମ୍ବାର ବାରମ୍ବାର ହେଉଛି | ଏପରିକି ଗଲା ୧୦ ବର୍ଷରେ ସେସୁ ଏରିଆରେ ୪୦ ଟି ହାତୀ ମୁର୍ତ୍ୟୁବରଣ କରିଥିବା ସେ ପ୍ରକାଶ କରିଛନ୍ତି | ବର୍ତ୍ତମାନ ଲାଇନ ଓ ସବଷ୍ଟେସନର ପୂର୍ଣ୍ଣରୁଦ୍ଧାର କରାନଗଲେ ଗୁଣାତ୍ମକ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇ ପାରିବନାହିଁ ବୋଲି ତଥ୍ୟ ଉପସ୍ଥାପନା କରିଛି | କେବଳ ସେତିକି ନୁହେଁ, ଦୀର୍ଘ ୨୦ ବର୍ଷ ଯେତେ ତାଙ୍କ ଖର୍ଚ୍ଚ ହୋଇଛି ସେ କାର୍ଯ୍ୟ ଠିକାଦାର ମାନଙ୍କୁ ସୁହାଇଲା ପରି ହୋଇଛି ବୋଲି ସିଏଜି ତାଙ୍କ ରିପୋର୍ଟ ରେ ମଧ୍ୟ କହିଛନ୍ତି | ରାଜ୍ୟର ମୁଖ୍ୟ ଶାସନ ସଚିବ ଏ ବିଷୟ ଜାଣିଥିଲେ ମଧ୍ୟ କାହିଁକି ଦୁର୍ନୀତିଗ୍ରସ୍ତ ଅଫିସର ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି. ଯେଉଁମାନଙ୍କ ଅପାରଗତା ଯୋଗୁଁ ଲୋକ ମୁର୍ତ୍ୟୁବରଣ କରିଛନ୍ତି, ବାରମ୍ବାର ପାୱାର କାଟ ହେଉଛି ସେମାନଙ୍କ ପାଇଁ ଦରଦ କାହିଁକି | ତାହା ପ୍ରତେକ ବିଦ୍ୟୁତ ଗ୍ରାହକଙ୍କ ସନ୍ଦେହ ଘେରରେ ରହୁଛି| ଏଠି ପ୍ରଶ୍ନ ହେଲାଣି, ବର୍ତ୍ତମାନ ଭିତ୍ତିଭୂମି ଅଭାବରେ ଯେଉଁ କାର୍ଯ୍ୟ ହେଉଛି, ଏହା କେତେ ଦିନ ଚାଲିବ | ତାର ସଠିକ ତଥ୍ୟ ବିଦ୍ୟୁତ ଗ୍ରାହକଙ୍କୁ ମୁଖ୍ୟ ଶାସନ ସଚିବ ଜଣାଇବା ଉଚ୍ଚିତ |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More