ଆଳୁ ପିଆଜକୁ ନେଇ ରାଜ୍ୟ ରାଜନୀତି ସରଗରମ….

0

ଭୁବନେଶ୍ୱର : ଅତ୍ୟାବଶ୍ୟକ ସାମଗ୍ରୀ ନିୟନ୍ତ୍ରଣ ମୁକ୍ତ ପ୍ରସଙ୍ଗ । ମାପି ଚୁପି ଉତ୍ତର ରଖିଲା ବିଜେଡି । ଅର୍ଥନୈତିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ସେହି କ୍ରମରେ ଆଳୁ ପିଆଜ ତେଲ ର ବିକ୍ରିକୁ ନିୟନ୍ତ୍ରଣ ମୁକ୍ତ କରାଯାଇଛି । ଏହାର ଭଲ ମନ୍ଦ ଦିଗ ଆଲୋଚନା ହେଉଛି । ଚାଷୀ ନିଜ ଇଛାରେ ବିକିଲେ ଅଧିକ ଲାଭ ପାଇବେ ବୋଲି କୁହାଯାଇଛି । ତେବେ ଲକ୍ଷ ପୂରଣ ହେବାକୁ ହେଲେ ଦଲାଲ ଫାଇଦା କେମିତି ନ ପାଇବେ ସେ ନେଇ ସଜାଗ ଦୃଷ୍ଟି ଦେବାକୁ ପଡିବ । ଆଳୁ ପିଆଜ ଆମଦାନୀ କରୁଛୁ । ଯେତିକି ଦରକାର ସେହି ଅନୁସାରେ ଆମର ଉତ୍ପାଦନ ହେଉନି । ତେଣୁ ଧରପଗଡ଼ କଡାକଡି କରିବାକୁ ହେବ । ଯେମିତି ଖାଉଟି ଙ୍କ ଉପରେ ବୋଝ ନ ପଡୁ । ଚାଷୀ ଲାଭ ପାଆନ୍ତୁ କିନ୍ତୁ ଖାଉଟିଙ୍କ ଉପରେ ବୋଝ ନ ପଡିବା ପାଇଁ ବି ପଦକ୍ଷେପ ନିଆଯାଉ । ଦେବୀ ପ୍ରସାଦ ମିଶ୍ର, ବିଜେଡି ଉପସଭାପତି ।
ଆଳୁ, ପିଆଜ କୁଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ନିଷ୍ପତ୍ତି କୁ ବିରୋଧ କଲା କଂଗ୍ରେସ । ଏଥିରୁ ବେପାରୀ ଲାଭ ପାଇବେ । ଖାଉଟି ହନ୍ତସନ୍ତ ହେବେ । ଦର ବୃଦ୍ଧି ହେବ । ଏବେ ଆଳୁ ପିଆଜ, ଡାଲି ତେଲର ଦାମ ବୃଦ୍ଧି ହୋଇଛି । ଗରିବ ଯେଉଁଥିରେ ବଞ୍ଚେ ତାକୁ ମାଇନସ କଲ । ବାକି ରହିଲା ଲୁଣ , ଚାଉଳ ତାକୁ କାହିଁକି ଛାଡିଲ? ତାକୁ ବି ନିୟନ୍ତ୍ରଣ ମୁକ୍ତ କରିଦିଅ । ସବୁ ନେଇ ଅମ୍ବାନୀକୁ ଦେଇ ଦିଅ । ଆମର ଦାବି ପିଆଜ ଆଳୁ ଅତ୍ୟାବଶ୍ୟକ ସାମଗ୍ରୀ ରୁ ବାଦ ଦିଅନି । ଦିନକ ଭିତରେ ଆଳୁ ପିଆଜ ୧୦ ଟଙ୍କା ବଢିଛି । ରାଜ୍ୟରେ ସବୁ ଜିନିଷ ବାହାରୁ ଆସୁଛି । ଧାନ ଛାଡି ସବୁ ଆସୁଛି । ସେଥିରେ ନବୀନ ନମ୍ବର ୱାନ ମୁକୁଟ ପିନ୍ଧି ଘରେ ବସି ଛନ୍ତି । ବସି ଥାଆନ୍ତୁ । ସୁରେଶ ରାଉତରାୟ, କଂଗ୍ରେସ ବିଧାୟକ ।
କଂଗ୍ରେସ ପ୍ରଶ୍ନର ଉତ୍ତର ଦେଇ ବିଜେପି ମୁଖପାତ୍ର ଗୋଲକ ବିହାରୀ ମହାପାତ୍ର କହିଛନ୍ତି କଂଗ୍ରେସ କେବେ ଚାଷୀ ଗରିବଙ୍କ ଉନ୍ନତି ସହିପାରେ ନାହିଁ । କେନ୍ଦ୍ର ନେଇଥିବା ନିଷ୍ପତ୍ତିରେ ଗ୍ରାହକଙ୍କ ଉପରେ କୌଣସି ବୋଝ ପଡିବନାହିଁ । କି ଆଳୁ ପିଆଜ ଦର ବଢିବ ନାହିଁ । ବର୍ତ୍ତମାନ ଲକ୍ ଡାଉନ ପାଇଁ ଯାନବାହନ ଠିକରେ ଆସିପାରୁ ନାହିଁ । ତେଣୁ କିଛି ମାତ୍ରାରେ ଦର ସେଥିପାଇଁ ପ୍ରଭାବିତ ହୋଇଛି । ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଚିନିକୁ ବାଦ ଦିଆଯାଇଥିଲା । ହେଲେ ଚିନିର ଦର ତ ବଢ଼ିନାହିଁ । ବରଂ ବିଦେଶକୁ ଚିନି ରପ୍ତାନୀ ହେଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More