ବଦଳିଲେ ପୋଲିସ ଡ଼ିଜି : ଦୁର୍ନୀତି ଅଭିଯୋଗ ଆସିବାରୁ ୪ମାସରେ ବିଦା

0

ଭୁବନେଶ୍ୱର : ଡିଜି ଥିବା ସମୟରେ କିଛି ଶିଳ୍ପାନୁଷ୍ଠାନକୁ ଫାୟାର ସେଫ୍ଟି ସାର୍ଟିଫିକେଟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଆସିଥିଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବ ଏହି ଅଭିଯୋଗର ତଦନ୍ତ କରିବେ ।ଡିଜିପିଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦିଆଯିବାପରେ ତାଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ବରିଷ୍ଠ ଆଇପିଏସ୍ ଅଫିସର ଅଭୟଙ୍କୁ ଡିଜିପି ଦାୟିତ୍ୱ ଦିଆଯାଇଛି । ଅଭୟ ଡେପୁଟେସନରୁ ଫେରିବା ପର‌୍ୟ୍ୟନ୍ତ ସତ୍ୟଜିତ ମହାନ୍ତି ମଧ୍ୟବର୍ତ୍ତୀକାଳୀନ ଡିଜିପି ଦାୟିତ୍ୱରେ ରହିବେ । ସତ୍ୟଜିତଙ୍କୁ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେ ସ୍ୱତନ୍ତ୍ର ଡିଜି, ଜେଲ୍ ଦାୟିତ୍ୱରେ ଥିଲେ । ଗୁଇନ୍ଦା ନିର୍ଦ୍ଦେଶକ ଥିବା ସୁନିଲ ରାୟଙ୍କୁ ଅଗ୍ନିଶମ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଗତ ଅଗଷ୍ଟ ୪ ତାରିଖରୁ ବି. କେ. ଶର୍ମା ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ୟୁପିଏସଇର ସୁପାରିଶ କ୍ରମେ ଅଭୟଙ୍କୁ ଡିଜିପି ଦାୟିତ୍ୱ ଦିଆଯାଇଛି । ସେ ଏବେ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ୍ ପୋଲିସ ଏକାଡେମୀରେ ନିର୍ଦ୍ଦେଶକ ଭାବେ କାର‌୍ୟ୍ୟ କରୁଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More