ସଂସଦର ଆଦେଶ ମିଳିଲେ ପାକିସ୍ତାନ ଅଧିକୃତ POK କୁ ଭାରତରେ ମିଶାଇ ଦେବୁ : ସ୍ଥଳସେନା ମୁଖ୍ୟ

0

ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ସମେତ ସମଗ୍ର ଜମ୍ମୁ-କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ସଂସଦ ଚାହିଁଲେ ପିଓକେ ନିଶ୍ଚିତ ଭାବେ ଭାରତ ଅଧୀନକୁ ଆସିପାରିବ । ପିଓକେ ଭାରତର ଏକ ଅଂଶ ବୋଲି ସଂସଦରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିସାରିଛନ୍ତି । ଏବେ ସେନା ପ୍ରମୁଖ କହିଛନ୍ତି, ଯଦି ସଂସଦ ନିର୍ଦ୍ଦେଶ ଦେବ ତା’ହେଲେ ପିଓକେ ଆମେ ଦାଖଲ କରିବୁ । ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଶନିବାର ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ପାକିସ୍ତାନ ଅଧିନରେ ଥିବା ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଏକ ଅଂଶ ହୋଇପାରିବ । ହେଲେ ଏଥିପାଇଁ କେନ୍ଦ୍ରକୁ ନିଷ୍ପତ୍ତି ନେବାକୁ ହେବ । ଭାରତୀୟ ସେନା ପିଓକେରେ ପଶି ଆକ୍ରମଣ କରିବାକୁ ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସେନାମୁଖ୍ୟ କହିଥିଲେ ଭାରତର ଉତର ଓ ପଶ୍ଚିମ ଦୁଇ ଦିଗରେ ସୀମା ଭାରତ ପାଇଁ ମହତ୍ୱପୂର୍ଣ୍ଣ । ଭାରତ ଦେଶର ଏହି ଦୁଇ ଦେଶର ସୀମାରେ ଜବାନ ଓ ଅସ୍ତ୍ରଶସ୍ତ୍ରକୁ ଆବଶ୍ୟକ ପରିମାଣର ଯୋଗାଇ ଏଥିପାଇଁ ପୁରା ପ୍ରସ୍ତୁତ ରହିଥିବା କହିଛନ୍ତି । ସ୍ଥଳସେନା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ନିଜର ପ୍ରଥମ ଗସ୍ତ ଦେଶର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ଗସ୍ତ କରି ଭାରତୀୟ ଜବାନଙ୍କ ସହିତ ସମୟ କଟାଇଥିଲେ । ଏହା ପରେ ପରେ ସେ ରଖିଛନ୍ତି ପିଓକେକୁ ଭାରତରେ ମିଶାଇ ଦେବା ନେଇ ବୟାନ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More