ପିଓକେ ବର୍ତ୍ତମାନ ପାକିସ୍ତାନର ସନ୍ତ୍ରାସବାଦୀଙ୍କ ଶାସନ ତଥା ପ୍ରତେକ୍ଷ ତତ୍ୱାବଧାନରେ ପରିଚାଳିତ ହେଉଛି : ଇମ୍ରାନ ଖାଁ ସରକାରଙ୍କର ଗୁପ୍ତ ବୁଝାମଣା

0

ଭୁବନେଶ୍ୱର : ପାକିସ୍ତାନ ଅଧିକୃତ କାଶ୍ମୀରର ପିଓକେରେ ପାକିସ୍ତାନର ଶାସନ ଆଉ ଚାଲୁ ନାହିଁ I ପାକିସ୍ତାନ ବିରୁଦ୍ଧରେ ପିଓକେବାସି ସ୍ୱାଧୀନତା ପାଇଁ ବାରମ୍ବାର ସ୍ଵରଉତ୍ତୋଳନ କରିବା ଫଳରେ ପାକିସ୍ତାନର ଇମ୍ରାନ ଖାନ ସରକାର ପିଓକେର ଶାସନ ଦାୟିତ୍ୱ ସନ୍ତ୍ରାସବାଦୀଙ୍କ ହାତରେ ଟେକି ଦେଇଥିବା ବିଷୟ ଏକ ବିଶେଷ ଜଣାପଡିଛି I ଏପରିକି ଭାରତର ସେନାମୁଖ୍ୟ ବିପିନ ରାବତ ମଧ୍ୟ ଏକ ଆଲୋଚନା ଚକ୍ରରେ ଏହା ପ୍ରକଶ କରିଛନ୍ତି I ସେ କହିଛନ୍ତି ଯେ , ପିଓକେ ସମେତ ଜାମ୍ମୁ – କାଶ୍ମିରକୁ ସନ୍ତ୍ରାସବାଦୀଙ୍କ ଅକ୍ତିଆରରେ ରଖିବା ପାଇଁ ଏପରି ଏକ ଯୋଜନା ବହୁ ପୂର୍ବରୁ କରିଥଲେ I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଜାମ୍ମୁ – କାଶ୍ମୀରରୁ ୩୭୦ ଧାରା ଉଛେଦ କରି କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିବା ପରେ ପାକିସ୍ତାନ ଏହାକୁ ଏକ ଈସୁ କରି ପୃଥିବୀର ସବୁ ସ୍ଥାନରୁ ପ୍ରତ୍ୟକ୍ଷୀତ ହେଲା ପରେ ବର୍ତ୍ତମାନ ସନ୍ତ୍ରାସବାଦୀଙ୍କ ଜରିଆରେ ଭାରତରେ ଅଶାନ୍ତ ପରିବେଶ ସୃଷ୍ଟି କରିବାରେ ଲାଗିଛନ୍ତି I LOC ନିକଟରେ ସଂତ୍ରାସବାଦୀ ମାନେ ପଶିବା ସମ୍ଭବ ନହେବାରୁ ସନ୍ତ୍ରାସବାଦୀମାନେ ଏଣିକି ନେପାଳ ଓ ବଙ୍ଗଳାଦେଶ ଜାଇ ଭାରତରେ ପଶିବାକୁ ଚେଷ୍ଟା କରୁଥିବା ବିଷୟ ଗୁଇନ୍ଦା ସୂତ୍ରରୁ ପ୍ରକାଶ ପାଇଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More