ଆତ୍ମନିର୍ଭରଶୀଳ ପାଇଁ ଆସିଛି ସୁଯୋଗ : ମୋଦି

0

ନୂଆଦିଲ୍ଲୀ : ଚାରି ମାସ ହେଲାଣି ବିଶ୍ୱ କରୋନା କବଳରେ ଅଛି । ଯାହାକି ତଥା ଦେଶ ପାଇଁ ଏବେ ବଡ଼ ବିପଦ । ହେଲେ ଏହି ବିପଦକୁ ଡରି ନଯାଇ ଏହାର ସାମ୍ନା କରିବା । ଏହା ଭାରତ ପାଇଁ ଏକ ନୂଆ ସୁଯୋଗ ମଧ୍ୟ ଆଣିଛ । କାରଣ କରୋନା ହେଉଛି ଏକ ଲମ୍ବା ଲଢେଇ । କିନ୍ତୁ ଆମେ ଲଢେଇରେ ଭାଙ୍ଗିବା ନାହିଁ । ଆହୁରି ମଜଭୁତ ହେବା । ଏହି ସମୟରେ ଚୁପ ରହିବାନି । ସତର୍କ ରାହି କାମ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ଆହ୍ୱାନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଆଜି ଦେଶକୁ ସମ୍ବୋଧନ କରି ଏକ ନୂଆ ଦିଗ ଦେଖାଇଛି । ସେ କହିଛନ୍ତି କରୋନା ଦେଶ ପାଇଁ ବିପଦ ଆଣିଛି । ହେଲେ ଏହା ଆମକୁ ବଂଚିବାର ଏକ ନୂଆ ଦିଗ ଦେଖାଇଛି । ଏବଂ ଆମକୁ ଆତ୍ମ ନିର୍ଭରଶୀଳ କରିଛି । କାରଣ ପୂର୍ବରୁ ଆମର ପିପିଇ ଦେଶରେ ତିଆରି ହେଉ ନଥିଲା । କିନ୍ତୁ ଏବେ ପ୍ରତିଦିନ ଆମେ ଦୁଇ ଲକ୍ଷ ପିପିଇ ତିଆରି କରୁଛନ୍ତି । ଏହାସହ ଦୁଇ ଲକ୍ଷ ଏନ 95 ମାସ୍କ ମଧ୍ୟ ପ୍ରତିଦିନ ତିଆରି କରାଯାଉଛି । ଯାହାକି ଭାରତର ଆତ୍ମନିର୍ଭରଶୀଳତା ଦର୍ଶାଉଛି । ଏହାସହ ଲୋକଙ୍କୁ ଗ୍ଲୋବାଲ ବ୍ରାଣ୍ଡ ପରିବର୍ତେ ନିଜର ତଥା ଲୋକଲ ବ୍ରାଣ୍ଡର ସାମଗ୍ରୀ ପ୍ରଚାର ଓ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । ଭାରତ ଦେଶ ୫ଟି ତତ୍ୱ ଉପରେ ନିର୍ଭର।ଯଥା ଅର୍ଥନୀତି, ଡିମାଣ୍ଡ, ଜନସଂଖ୍ୟା , ଇନଫ୍ରାଷ୍ଟ୍ରକଚର ।
ସେ ଏହି ପରିପେକ୍ଷ ସେ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଯାହାକି ଦେଶର ମୋଟ ଜିଡିପିର ପ୍ରାୟ ୧୦ ପ୍ରତିଶତ । ଏହି ପ୍ୟାକେଜ ମୁଖ୍ୟତଃ ଚାଷୀ ଓ କ୍ଷୁଦ୍ର ଉଦ୍ୟଗିମାନଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସହାୟକ ହେବ। ଏହାର ସବିଶେଷ ତଥ୍ୟ ଅର୍ଥମନ୍ତ୍ରୀ ଦିନ ଦୁଇ ଦିନ ଭିତରେ ଦେଶବାସୀଙ୍କୁ ଜଣାଇବେ । ଏହା ସହ ନୂଆ ରଙ୍ଗ ନୂଆ ରୂପରେ ଲକ୍ ଡାଉନ ୪.୦ ଆସିବ ବୋଲି ସୂଚନା ଦେଇଛନ୍ତି । ମେ ମାସ ୧୮ ତାରିଖ ପୂର୍ବରୁ ଏହି ନିୟମକୁ ସରକାର ଘୋଷଣା କରିବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More