କରୁଣାନିଧିଙ୍କୁ ସାକ୍ଷାତ କଲେ ମୋଦି

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇସ୍ଥିତ ଗୋପାଳପୁରମଠାରେ ଥିବା ଡି ଏମ୍ କେ ମୁଖ୍ୟ ଏମ୍ କରୁଣାନିଧିଙ୍କୁ ତାଙ୍କ ଘରେ ସାକ୍ଷ୍ୟାତ କରିଛନ୍ତି । ଏହା ସହ କରୁଣାନିଧିଙ୍କୁ ଦିଲ୍ଲୀସ୍ଥିତ ନିଜ ବାସଭବନକୁ ମୋଦି ନିମନ୍ତ୍ରଣ କରିଛନ୍ତି । ଏଥି ସହିତ ଆପଣ ମୋ “ନୂଆଦିଲ୍ଲୀସ୍ଥିତ ବାସଭବନକୁ ଆସନ୍ତୁ ଏବଂ ସେଠାରେ ବିଶ୍ରାମ କରନ୍ତୁ” । ମୋଦିଙ୍କର ଏହି ୧୫ ମିନିଟ୍ ଭେଟ ସମୟରେ ନିଜ ବାସଭବନକୁ ଆସିବା ପାଇଁ କରୁଣାନିଧିଙ୍କୁ ଏପରି କହିଛନ୍ତି । କରୁଣାନିଧିଙ୍କୁ ଭେଟିବା ଏହା ମୋଦିଙ୍କର ପ୍ରଥମଥର ବୋଲି ଜାଣିବାକୁ ମିଳିଛି । ନିକଟରେ ଥିବା ଡାକ୍ତରଖାନାରେ ସୁସ୍ଥ ହୋଇଥିବା କରୁଣାନିଧି , ମୋଦିଙ୍କ ସହିତ ତାଙ୍କର ଭେଟ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଥିଲେ । ଏହି ଅବସରରେ କରୁଣାନିଧି , ମୋଦିଙ୍କୁ କିଛି ପୁସ୍ତକ ପ୍ରଦାନ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , କରୁଣାନିଧିଙ୍କ ପତ୍ନୀ ଦୟାଲୁ ଅମଲଙ୍କୁ ଦେଖା କରିଥିଲେ । କରୁଣାନିଧିଙ୍କ କନ୍ୟା ଏବଂ ରାଜ୍ୟସଭା ସାଂସଦ କନିମୋଝି ମୋଦିଙ୍କୁ ଘରକୁ ଯିବା ସମୟରେ ସ୍ୱାଗତ କରିଥିଲେ।

 

 

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More