ପିପିଲି : ଆଜି ପିପିଲି ଭୋଟ ଗଣତି I ଆଜି ତିନି ପ୍ରମୁଖ ରାଜନୈତିକ ଦଳ ଭାଗ୍ୟ ନିର୍ଧାରଣ ହେବ I ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହୋଇଥିବା ବେଳେ ୩ ତାରିଖ ରବିବାର ଦିନ ଭୋଟ୍ ଗଣତି ହେବ । ସକାଳ ୮ଟାରେ ପ୍ରଥମେ ଡାକଯୋଗେ ଆସିଥିବା ମତ(ପୋଷ୍ଟାଲ ବାଲାଟ୍) ଗଣତି କରାଯିବ। ଏହାପରେ ୮ଟା ୩୦ରୁ ଇଭିଏମ ଭୋଟ୍ ଗଣତି ହେବ । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନର ଫଳାଫଳ ଏବଂ ବିଜୟ ଭୋଟ୍ ବ୍ୟବଧାନ ଗୁରୁତ୍ବ ବହନ କରୁଥିବାରୁ ସବୁ ଦଳ ଏବେ ଫଳାଫଳକୁ ଅପେକ୍ଷା କରିଛନ୍ତି । ଭୋଟ୍ ଗଣତି ପାଇଁ ୬୨ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଗଣତି ଶେଷ ହେବା ପରେ ଭିଭିପାଟ ଏବଂ ଇଭିଏମ ଫଳାଫଳକୁ ମେଳ କରାଯିବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନିଙ୍କ ସୂଚନା ଦେଇ କହିଛନ୍ତି ଯେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତିେନାଟି କକ୍ଷରେ ଗଣତି କରାଯିବ। ଗୋଟିଏରେ ପୋଷ୍ଟାଲ ଭୋଟ ଓ ଅନ୍ୟଟି ଦୁଇଟିରେ ଇଭିଏମରେ ପଡିଥିବା ମତ ଗଣତି କରାଯିବ ।