ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ : ସେପ୍ଟେମ୍ଵର ୩୦ରେ ହେବ ଉପନିର୍ବାଚନ, ୩ରେ ଭୋଟ ଗଣତି

0

ପିପିଲି : ଆସନ୍ତା ସେପ୍ଟେମ୍ଵର ୩୦ରେ ହେବ ପିପିଲି ଉପନିର୍ବାଚନ। ଅକ୍ଟୋବର ୩ରେ ହେବ ଭୋଟ ଗଣତି । ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। କରୋନା କାରଣରୁ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା I ଏହାସହ ନିର୍ବାଚନ ପାଇଁ ଗାଇଡଲାଇନ ଘୋଷଣା କରାଯାଇଛି । କୋଭିଡ କଟକଣା ମଧ୍ୟରେ ପିପିଲି ଉପ-ନିର୍ବାଚନର ପ୍ରଚାର ହେବ । ପ୍ରଚାର ବେଳେ ପ୍ରାର୍ଥୀ ରୋଡ-ଶୋ କରିପାରିବେନି । ସର୍ବାଧିକ ୫୦ ଜଣଙ୍କୁ ନେଇ ପଥପ୍ରାନ୍ତ ସଭା ହୋଇ ପାରିବ । ପୂର୍ବରୁ ୨ ଥର ଉପନିର୍ବାଚନ ଘୁଞ୍ଚିଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ହେବା କାରଣରୁ ଏପ୍ରିଲ ୧୭ର ଭୋଟ୍ ମେ ୧୬କୁ ଘୁଞ୍ଚିଥିଲା। ଏହାପରେ ମେ ୧୬ରେ ରାଜ୍ୟରେ କରୋନା ସଂକ୍ରମଣ ବଢିଥିବାରୁ ଉପନିର୍ବାଚନ ପୁଣି ଥରେ ସ୍ଥଗିତ କରାଯାଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More