ଚାଲନ୍ତୁ ଜାଣିବା ଅର୍ଶ ବା ପାଇଲସ୍ ରୋଗରୁ କେମିତି ପାଇବା ମୁକ୍ତି ?

0

ଏବେ ବଦଳି ଯାଇଛି ସମୟ । ଦିନ ଥିଲା ଲୋକ ମାନେ କେବଳ ଆୟୁର୍ବେଦ ସାହାର୍ଯ୍ୟରେ ରୋଗମୁକ୍ତ ହେଉଥିଲେ । ଆଜି କାଲିକା ପରି ସେତେ ମେଡିସିନି ବାହାରି ନଥିଲା । ବାଡି ବଗିଚାରେ ଥିବା ବିଭିନ୍ନ ଗଛ ପତ୍ର ଓ ଚେର ମାଧ୍ୟମରୁ ଓøଷଧ ତିଆରି କରି ସେବନ କରୁଥିଲେ । ଆମେ ଆଜି ଏଭଳି ରୋଗର ଉପଚାର ବିଷୟରେ ଉପସ୍ଥାପନା କରିବାକୁ ଯାଉଛୁ ଯେଉଁ ରୋଗରେ ବହୁତ ମେଡିସିନ ଖାଇବି ରୋଗରୁ ଉପଶମ ମିଳି ନଥାଏ । । ଆପଣଙ୍କ ଘର ଚାରିପାଖରୁ ଆପଣ ତିଆରି ଏହି ରୋଗକୁ ଭଲ କରି ପାରିବେ । ଚାଲନ୍ତୁ ଜାଣିବା ଅର୍ଶ ବ ପାଇଲସ୍ ରୋଗରୁ କେମିତି ମୁକ୍ତି ପାଇବା ।

  • ଦୁଇଟି ଜବାଫୁଲ ସହିତ ସୁନାମୁଖୀ ପତ୍ରର ଗୁଣ୍ଡ ମିଶାଇ ସକାଳେ ଓ ସଂନ୍ଧ୍ୟା ବେଳେ ଦିନକୁ ଦୁଇଥର ନିୟମିତ ପାନ କଲେ ଅର୍ଶ ରୋଗ ଭଲ ହୋଇଯାଏ ।
  • କଲରା ଗଛର ଚେରକୁ ବାଟି ଅର୍ଶର ଅଙ୍କୁରରେ ଲଗାଇଲେ ଅର୍ଶ ରୋଗ ଭଲ ହୋଇଥାଏ ।
  • ନିମ ମଞ୍ଜି ୫୦ଗ୍ରାମରୁ ତେଲ(ରସ) ବାହାର କରି ସେଥିରେ ୫୦ଗ୍ରାମ୍ କର୍ପୁର ମିଶାଇ ତାହାକୁ ନିୟମିତ ଅର୍ଶରେ ଲଗାଇଲେ ଅର୍ଶ ଖୂବ୍ ଶୀଘ୍ର ଶୁଖିଯାଏ ଓ ଏହି ରୋଗରୁ ଉପଶମ ମିଳେ ।
  • ୧ ଗ୍ଲାସ ଘୋଳଦହିରେ ଶୁଣ୍ଠି ଚୂଣ୍ଣ ମିଶାଇ ପାନ କଲେ ଅର୍ଶ ରୋଗ ଜନିତ ଯନ୍ତ୍ରଣାରୁ ଉପଶମ ମିଳିଥାଏ ।
  • ଜାମୁଗଛର ପତ୍ରକୁ ପାଣିରେ ସିଝାଇ ସକାଳେ ଓ ସନ୍ଧ୍ୟାରେ ପିଇଲେ ଏହି ରୋଗରୁ ମୁକ୍ତି ମିଳିଥାଏ ।
  • କୋଚିଲା ମଞ୍ଜିକୁ ଗୋ ମୂତ୍ରରେ ଘୋରି ତାହାକୁ ନିୟମିତ ଅର୍ଶର ଅଙ୍କୁରରେ ଲଗାଇଲେ କିଛି ଦିନ ମଧ୍ୟରେ ଅର୍ଶ ଅଙ୍କୁର ଶୁଖି ଝଡି ପଡିଥାଏ ଫଳରେ ଅର୍ଶ ରୋଗରୁ ମିଳିଥାଏ ।
  • ନାଗେଶ୍ୱରର କେଶର ବା ପଦ୍ମର କେଶରରେ ଲହୁଣୀ ଏବଂ ଚିନି ମିଶାଇ ନିୟମିତ ପାନ କଲେ ଅର୍ଶରୋଗରୁ ଉପଶମ ମିଳିବା ସହିତ ଏହି ରୋଗ ସମ୍ପୁଣ୍ଣ ଭଲ ହୋଇଥାଏ ।
  • ନିମ୍ବ ମଞ୍ଜିକୁ ଶୁଖାଇ ଗୁଣ୍ଡ କରି ସକାଳେ ଓ ସଂନ୍ଧ୍ୟାରେ ଖାଲି ପେଟରେ ୩ ଗ୍ରାମ ଗୁଣ୍ଡ ପାଣିରେ ମିଶାଇ ସେବନ କଲେ ଅର୍ଶ ଭଲ ହୋଇଥାଏ ।
  • ଔଳଦୀ ଗୁଣ୍ଡକୁ ସାତଥର ଅରଖ କ୍ଷୀରରେ ସିଝାଇ ଖରାରେ ଶୁଖାଇ ପୁଣି ଅରଖ କ୍ଷୀର ଦ୍ୱାରା ମିସାଇ କୋଳି ଭଳି ଗୁଳି ତିଆରି କରି ଛାଇରେ ଶୁଖାଇ ରଖନ୍ତୁ । ସକାଳେ ସନ୍ଧ୍ୟାରେ ଶୌଚଠାରେ ଗୋଟିଏ ଗୁଳିକୁ ଛେପ କିମ୍ବା ପାଣିରେ ଘୋରି ଅର୍ଶ ଦ୍ୱାରା ବାହାରିଥରବା ଅଙ୍କୁରରେ (ଲମ୍ବା କୋଳି ମଞ୍ଜି ଭଳି) ଲଗାଇଲେ କଛି ଦିନରେ ତାହା ଶୁଖି ଝରିପଡେ ।
  • ଅଁଳାକୁ ଶୁଖାଇ ଗୁଣ୍ଡ କରି ସକାଳେ ଓ ସନ୍ଧ୍ୟାରେ ଖାଇଲେ ଅର୍ଶରୁ ଲାଭ ମିଳିଥାଏ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More