ବଣଭୋଜି ହେଲା କାଳ : ୧୬ମୃତ, ୮ ନିଖୋଜ

0

ନୂଆବର୍ଷ ପିକନିକ ହେଲା କାଳ । ଡ଼ଙ୍ଗାବୁଡ଼ି ୧୬ଜଣଙ୍କ ମୃତ ହୋଇଥିବା ବେଳେ ୮ଜଣ ନିଖୋଜ ହୋଇଛନ୍ତି । କେନ୍ଦ୍ରାପଡ଼ାର ଜମ୍ବୁଥାନା ଅନ୍ତର୍ଗତ ନିପାଣିଆ ନିକଟରେ ଏହି ବଡ଼ ଧରଣର ଦୁର୍ଘଟଣା ଘଟିଛି । ବର୍ତ୍ତମାନ ଘଟଣାସ୍ଥଳରେ ବନ ବିଭାଗ, ପ୍ରଶାସନ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ଜଣାପଡ଼ିଛି । ଏଥିସହ ଡାକ୍ତରୀ ଦଳ ପହଞ୍ଚି ଉଦ୍ଧାର ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା କରିଛନ୍ତି ।

୪୫ଜଣ ପିକ୍ନିକ୍ କରିବାକୁ ଯାଇଥିଲେ । ପିକନିକ ସାରି ସଂଧ୍ୟାରେ ସେମାନେ ଫେରୁଥିବା ସମୟରେ ନଈରେ ବଡ଼ ବଡ଼ ଢ଼େଉ ଆସିବାରୁ ମହାନଦୀ ମୁହାଣ ନିକଟରେ ଡଙ୍ଗାଚାଳକ ଡଙ୍ଗାର ଭାରସାମ୍ୟ ରକ୍ଷା କରିପାରି ନ ଥିଲେ, ଫଳରେ ଡଙ୍ଗାଟି ବୁଡ଼ି ଯାଇଥିଲା ।

ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଯାତ୍ରୀ ମାନଙ୍କୁ ଓଡିଶା ଅପଡେଟ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଏବଂ ଭଗବାନ ତାଙ୍କ ପରିବାର ବର୍ଗଙ୍କୁ ଏହି ଅସୁବିଧା ସମୟରେ ଗଭୀର ଧର୍ଯ୍ୟ ଶକ୍ତି ପ୍ରଦାନ କରନ୍ତୁ ଏହା ହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା .

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More