ପାଟଣା: RRBNTPC ରେଜଲ୍ଟ ହଙ୍ଗମା ମାମଲାରେ ଖାନ ସାରଙ୍କ ବିରୋଧରେ ପତ୍ରକାର ନଗର ଥାନରେ ମାମଲା ରୁଜୁ । ଗତ ତିନି ଦିନ ଧରି ଏନଟିପିସି ଫଳାଫଳକୁ ନେଇ ବିରୋଧ ଚାଲିଥିଲା । ପାଟଣାସ୍ଥିତ ପତ୍ରକାର ନାଗର ପୋଲିସ ଷ୍ଟେସନରେ କୋଚିଂ ଅପରେଟର ଖାନ ସାରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଖାନ ସାରଙ୍କ ବ୍ୟତୀତ ଏସ.କେ ଝା ସାର୍, ନବୀନ ସାର୍, ଅମରନାଥ ସାର୍, ଗଗନ ପ୍ରତାପ ସାର୍, ଗୋପାଳ ଭର୍ମା ସାର୍ ଏବଂ ବଜାର କମିଟିର ବିଭିନ୍ନ କୋଚିଂ ଅପରେଟରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇପିସି ଧାରା ୧୪୭, ୧୪୮, ୧୪୯, ୧୫୧, ୧୫୨, ୧୮୬, ୧୮୭, ୧୮୮, ୩୩୦, ୩୩୨, ୩୫୩, ୫୦୪, ୫୦୬ ଏବଂ ୧୨୦ ଲାଗୁ ହୋଇଛି ।